Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡିଯାଇ ଜଣଙ୍କର ମୃତ୍ୟୁ

27/08/2019 at 11:46 AM

ବାଲିପାଟଣା ୨୭|୮: ଗାଧୋଇବା ବେଳେ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଲିଅନ୍ତା ଥାନା କୂଳସାହି ଗାଁର ନିରଞ୍ଜନ ବାରିକ । ଗାଧୋଉଥିବା ବେଳେ ନଦୀରେ ଗୋଡ ଖସିଯିବାରୁ ବୁଡି ଯାଇ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ପରି ଆଜି ସକାଳୁ ନିରଞ୍ଜନ କୂଳସାହି ଗ୍ରାମ ନିକଟ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ସାହିର ଅନ୍ୟ ଲୋକମାନେ ତାଙ୍କୁ କୁଶଭଦ୍ରା ନଦୀରୁ ଉଦ୍ଧାର କରିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

   Related Posts