ବଡମ୍ବା ମାଣିଆବନ୍ଧ ଗାଁରେ ଗୋଷ୍ଠୀ ସଂଘର୍ଷ ; ଜଣେ ମୃତ, ଜଣେ ଆହତ

Published By : Prameya-News7 Bureau | September 03, 2018 IST

କଟକ ୩|୯: ବଡମ୍ବା ଥାନା ମାଣିଆବନ୍ଧ ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ବୋମାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।ଉତ୍ତ୍ୟକ୍ତ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ସହ ବୋମାମାଡ ମଧ୍ୟ ହୋଇଥିଲା । ବୋମାମାଡ ଫଳରେ ବିନ୍ଧାଣିମା ଗାଁର ବିକାଶ ସାହୁ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି । ବୋମାମାଡ ପରେ ମାଣିଆବନ୍ଧ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.