ୟୁଟ୍ୟୁବ ସୁପରଷ୍ଟାର ଛୋଟୁ ଦାଦାଙ୍କର ଦିନକର ଆୟ କେତେ ଜାଣନ୍ତୁ

Published By : Prameya-News7 Bureau | August 23, 2019 IST

 ମୁମ୍ବାଇ୨୨|୮: ୟୁଟ୍ୟୁବ୍‌ରେ ଛୋଟୁ ଦାଦା ବହୁତ ପପୁଲାର। ଆଜିକାଲି ୟୁଟ୍ୟୁବ ଏମିତି ଏକ ପ୍ଲାଟଫର୍ମ ହୋଇଯାଆଛି ଯାହା ଦ୍ବାରା ଲକ୍ଷ ଲକ୍ଷ ଲୋକେ ଘରେ ବସି ଆୟ କରୁଛନ୍ତି। 

{"id":147689}

ସୋସିଆଲ ମିଡିଆରେ ନିଜ ପରିଚୟ ସୃଷ୍ଟି କରିବା କୌଣସି ସାମାନ୍ୟ କଥା ନୁହେଁ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡେ। ତେବେ କମେଡି ବାଦ୍‌ଶାହ ଭାବେ ପରିଚିତ ଛୋଟୁ ଦାଦା ସମଗ୍ର ଭାରତରେ ନିଜ ଅଭିନୟ ଯୋଗୁଁ ବେଶ ଚର୍ଚ୍ଚିତ।

{"id":147690}

ଛୋଟୁ ଦାଦା ସଫଳ ହେବା ପାଇଁ ଖୁବ ପରିଶ୍ରମ କରିଥିଲେ। ସେଥିପାଇଁ ସାରା ଭାରତରେ ସେ ଆଜି ଜଣେ ଫେମସ ହାସ୍ୟ କଳାକାର ଭାବେ ପରିଚିତ। ୟୁଟ୍ୟୁବ୍‌ରେ ପୋଷ୍ଟ ହେଉଥିବା ତାଙ୍କ ଭିଡିଓରେ ବହୁତ ଅଧିକ ଲାଇକ୍‌ ଓ କମେଣ୍ଟ ଆସେ। ତାଙ୍କ ଭିଡିଓର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। 

{"id":147691}

ଜୀବନରେ ପ୍ରତ୍ୟେକ ମଣିଷ କେବେ ନା କେବେ କିଛି କଷ୍ଟର ସାମ୍ନା କରିଥାଏ। ଯେଉଁମାନେ ଏହି ସମୟରେ ଦୁର୍ବଳ ନହୋଇ କଷ୍ଟର ସାମ୍ନା କରନ୍ତି ସେମାନଙ୍କୁ ସଫଳ ହେବାରୁ କେହି ଅଟକାଇପାରିବେ ନାହିଁ।

{"id":147692,"width":577,"height":433}

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଛୋଟୁ ଦାଦା। ୟୁଟ୍ୟୁବ୍‌ରେ ଖନ୍ଦେସୀ ମୋବି ନାମକ ଏକ ଚ୍ୟାନାଲ ମାଧ୍ୟମରେ ଛୋଟୁ ଦାଦା ନିଜ କ୍ୟାରିଅର ଆରମ୍ଭ କରିଥିଲେ।

{"id":147693}

ଏଥିରେ ତାଙ୍କର କମେଡି ଭିଡିଓ ପୋଷ୍ଟ ହୁଏ। ଏହି ଭିଡିଓରୁ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଛୋଟୁ ଦାଦଙ୍କ ୟୁଟ୍ୟୁବ ଚ୍ୟାନାଲ ଅଧିକ ଚର୍ଚ୍ଚାରେ ଏଥିପାଇଁ ରୁହେ କାରଣ ଫ୍ୟାନ୍ସ ଏମାନଙ୍କ ଭିଡିଓ ଅପେକ୍ଷାରେ ଥାନ୍ତି। ଏହି ୟୁଟ୍ୟୁବ୍‌ ଚ୍ୟାନାଲରୁ ତାଙ୍କର ବହୁତ ବେଶି ଆୟ ହୋଇଥାଏ।

{"id":147694}

ଛୋଟୁ ଦାଦଙ୍କ ଅସଲି ନାଁ ହେଉଛି ଶଫିକ୍‌ ନାତୟା। ଶଫିକ୍‌ ଗୋଟେ ଦିନ କାମ କରିବା ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ନିଅନ୍ତି। ଗୋଟେ ଦିନରେ ସେ ୧.୫୦ ଲକ୍ଷ ଟଙ୍କା ଆୟ କରନ୍ତି। ଏବେ ଛୋଟୁ ଦାଦାଙ୍କ ବିବାହ ଧୁମ୍‌ଧାମ୍‌ରେ ହୋଇଥିଲା। ବିବାହରେ ବହୁତ କମ ଲୋକ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.