Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ କଲେଜ ଛାତ୍ରୀ, ଅଫିସରଙ୍କୁ ଦେଲେ ଏହି ନିର୍ଦ୍ଦେଶ…

25/01/2021 at 9:03 AM

ହରିଦ୍ୱାର, ୨୫/୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ ଦିନ ପାଇଁ ଭାର ସମ୍ଭାଳିଛନ୍ତି ଜଣେ କଲେଜ୍ ଛାତ୍ରୀ । ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗତକାଲି ଏହି ଦାୟିତ୍ୱ ନେଇ ଦେଶରେ ବାଳିକାଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବିଧାନସଭା ଭବନରେ ରାଜ୍ୟ ମନ୍ତ୍ରୀ ଧନ ସିଂ ରାୱତ ତାଙ୍କର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଦରେ ରହି ସୃଷ୍ଟି ପାଖାପାଖି ୧୨ଟି ବିଭାଗର ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକରେ ସେ କେତେକ ଯୋଜନା ସମ୍ୱନ୍ଧରେ ଆଲୋଚନା କରିବା ସହିତ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ସୃଷ୍ଟି ଗୋସ୍ୱାମୀ ବିଧାନସଭା ଭବନରେ ଦ୍ୱିପ୍ରହର ୧୨ଟା ସମୟରୁ ୩ ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସେ ବାଳିକା ନିକେତନ ଯାଇ ସେଠାକାର ପରିସ୍ଥିତିର ତଦାରଖ କରିବା ସହ ସେଠାରେ ଦିନବେଳାର ଭୋଜନ କରିଥିଲେ । ୪.୩୦ ସମୟରେ ସେ ହରିଦ୍ୱାର ଅଭିମୁଖେ ଯାଇଥିଲେ ।
ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଉତ୍ତରାଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସ୍ୱୀକୃତି ଦେଇଥିଲେ ।

ଜାତୀୟ ବାଳିକା ଦିବସରେ ରାଜ୍ୟର ବାଳିକାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରୟାସ କରିଥିବା କହିଥିଲେ । ଯେଉଁଥିରେ ଲୋକଙ୍କ ପାଖକୁ ଏହି ମେସେଜ୍ ପହଞ୍ଚିବ ଯେ ରାଜ୍ୟର ବାଳିକାମାନେ କୌଣସି ଗୁଣରେ କମ୍ ନୁହନ୍ତି । ସେମାନେ କିଛି ବି କରିପାରନ୍ତି । ଏଥି ସହିତ ମହିଳାଙ୍କୁ ସପୋର୍ଟ କଲେ ସେମାନେ ଦେଶର ନାମ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କହିଛନ୍ତି ।

ତେବେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ସୃଷ୍ଟି କହିଛନ୍ତି ଯେ, ସେ ଏହି ପଦରେ ରହି ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବାଳିକାଙ୍କ ଶିକ୍ଷା ଏବଂ ସୁରକ୍ଷାକୁ ନେଇ ସେ ତାଙ୍କର ମତ ଜାହିର କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଧନ୍ ସିଂ ଏହି କାର୍ଯ୍ୟ ପାଇଁ ସୃଷ୍ଟିଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।

   Related Posts