ବିବାହ ପରଦିନ କରୋନା ସଂକ୍ରମିତ ହେଲେ ବର, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 11, 2021 IST

ଜାଲୋର ୧୧/୦୫ : କରୋନାର ଦ୍ବିତୀୟ ଲହର ଘାତକ ହେବାରେ ଲାଗିଛି । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଗ୍ରାମାଞ୍ଚଳମାନଙ୍କରେ ଲୋକମାନେ କୋଭିଡ୍‌ ଗାଇଡଲାଇନ୍‌ ମାନୁନଥିବାରୁ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ରାଜସ୍ଥାନର ଜାଲୋରରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ବିବାହର ୨ ଦିନ ପରେ ବର କରୋନା​‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  

ସୂଚନା ଅନୁସାରେ, ଜାଲୋରର ରାୟପୁରୀୟା ନିବାସୀ ଇଶ୍ବର ସିଂହ ଦେଓ୍ବଡାଙ୍କ ଝିଅର ବିବାହ ଏପ୍ରିଲ ୩୦ ତାରିଖରେ ବେରଠ୍‌ର ଜଣେ ଯୁବକଙ୍କ ସହିତ ହୋଇଥିଲା । ବିବାହ କାର୍ଯ୍ୟ ଚାଲିଥିବା ବେଳେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରୁ କେହି ବି ମାସ୍କ ପିନ୍ଧି ନଥିଲେ କିମ୍ବା ସାମାଜିକ ଦୂରତା ନିୟମ ମଧ୍ୟ ମାନିନଥିଲେ । ଯାହାଫଳରେ ଉଭୟ ବର ଓ କନ୍ୟା ସମେତ ଅନେକ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏପ୍ରିଲ ୩୦ ରେ ବିବାହ ଶେଷ ହେବାପରେ ତା ପର ଦିନ ଅର୍ଥାତ ମେ ୧ ତାରିଖରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଜାଲୋର ହସ୍ପିଟାଲରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ସିରୋହୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ପୁଣି ତାଙ୍କୁ ପାଲନପୁର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ମେ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.