Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଜଣେ ଗୁରୁତର

5/05/2019 at 1:59 PM

କଳାହାଣ୍ଡି ୫|୫: ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ଜଣେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଜାତୀୟ ରାଜପଥ ୨୬ କୋକସରା ବ୍ଲକ୍ ସିଉନି ଶିବମନ୍ଦିର ବୁଲାଣି ନିକଟରେ ବିଳମ୍ବିତ ରାତିରେ ହୋଇଛି ଦୁଘର୍ଟଣା । ମୃତକ ଓଲମା ଗାଁର ଫଣସୁନ୍ଦର ସାଗର । ଗାଡି ଡ୍ରାଇଭର ସୁରେଶ ଗୁରୁତର ଥିବା ଜଣାପଡିଛି । ଆମପାଣିରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆମପାଣି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି।

   Related Posts