ଡକାୟତକୁ ଗିରଫ କଲା ବ୍ରହ୍ମପୁର ଟାଉନ ପୋଲିସ ; ସୁନା ଓ ରୂପା ଅଳଙ୍କାର ଜବତ
4/12/2018 at 3:58 PM

ବ୍ରହ୍ମପୁର ୦୪|୧୨: ବ୍ରହ୍ମପୁର ଟାଉନ ପୋଲିସ ଦ୍ବାରା ଜଣେ ଡକାୟତ ଗିରଫ ହୋଇଛି । ଗିରଫ ଡକାୟତ ହେଲେ ବ୍ରହ୍ମପୁରର କାଳିଆ ସେଠୀ । କାଳିଆ ନିକଟରୁ ୪୮ଗ୍ରାମ୍ ସୁନା ଅଳଙ୍କାର ଏବଂ ୪୭୧ ଗ୍ରାମ୍ ରୂପା ଅଳଙ୍କାର ଜବତ କରିଛି ପୋଲିସ । ଅକ୍ଟୋବର ମାସ ୨୭ ତାରିଖ ଧର୍ମନଗର ପ୍ରଥମ ଲାଇନ୍ ରେ ରାଜେନ୍ଦ୍ର ପାଢୀଙ୍କ ଘରୁ ୧୫ରୁ ୨୦ଭରି ସୁନା, ଦେଢ କିଲୋ ରୁପା ଅଳଙ୍କାର ସହ ପାଖାପାଖି ନଗଦ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021