କାର ଧକ୍କାରେ ଯୁବକ ମୃତ

Published By : Prameya-News7 Bureau | February 29, 2020 IST

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନାନକାର କେନାଲ ବନ୍ଧରେ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ କାର ଧକ୍କାରେ ମେହେନ୍ଦିପୁର ଗ୍ରାମର ଦୈତାରୀ ମଲ୍ଲିକଙ୍କ ଏକମାତ୍ର ପୁଅ ରାଧାକାନ୍ତ ମଲ୍ଲିକ (୩୨)ଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତିକରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠା ଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.