ଦୈନିକ ଗୋଟିଏ କପ୍ କଫି ଆପଣଙ୍କୁ ରଖିବ ସ୍ଲିମ, ଦୂରେଇ ରଖିବ ଡାୟବେଟିଜ୍

Published By : Prameya-News7 Bureau | July 03, 2019 IST

ଲଣ୍ଡନ:  ଦୈନିକ ଗୋଟିଏ କପ୍ କଫି ଆପଣଙ୍କ ଓଜନ ବୃଦ୍ଧି ଓ ମୋଟା ହେବାର ସମସ୍ୟାରୁ ଆପଣଙ୍କୁ ରକ୍ଷା କରିବ। କେବଳ ଏତିକି ନୁହେଁ ଜୀବନ ସାରା ଆପଣଙ୍କ ପାଖକୁ ଡାୟବେଟିଜକୁ ମଧ୍ୟ ପୁରେଇ ଦେବନି।  ଆଶ୍ଚର୍ଯ୍ୟ  ଲାଗୁଛି କି? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ଅନୁଧ୍ୟାନ କରିଥିବା ୟୁନିଭର୍ସିଟି ଅଫ ନଟିଂହମର ପ୍ରଫେସର ଓ ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶକ କହୁଛନ୍ତି କଣ?

{"id":130201}

ଦୈନିକ ଗୋଟିଏ କପ୍ ଗରମ କଫି ପିଇଲେ ଶରୀରରେ ଚର୍ବି ସହ ଲଢିବା ପାଇଁ ପ୍ରତିରୋଧୀ କ୍ଷମତା ଉତ୍ତେଜିତ ହୋଇଥାଏ। ଯାହା ଫଳରେ ମୋଟା ହେବାରୁ ରକ୍ଷା ମିଳିବା ସହ ଡାୟବେଟିଜ୍ ବିରୋଧରେ ଲଢିବାକୁ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। କଥା କଣ କି ଆମ ଶରୀରରେ ବ୍ରାଉନ ଫେଟ ଫଙ୍କସନର  ଏକ ଗୁରୁତ୍ୱପୂର୍ଣ୍ଣ  ଭୂମିକା ରହିଛି। ଏହା ଖୁବଶୀଘ୍ର କ୍ୟାଲୋରୀକୁ ବର୍ଣ୍ଣ କରି ଏନର୍ଜିରେ ରୂପାନ୍ତରିତ କରେ। କଫିରେ ଥିବା କେଫିନ ଏମିତି ଏକ ତତ୍ୱ ଯାହା ସିଧା ବ୍ରାଉନ ଫ୍ୟାଟ୍ ଫଙ୍କସନକୁ ପ୍ରଭାବିତ କରେ। 

{"id":130202,"width":584,"height":584}

ନିୟମିତ କଫି ପିଇବା ଯୋଗୁ ବ୍ରାଉନ ଫ୍ୟାଟ୍ ଆକ୍ଟିଭେଟ୍ ହେବା ସହ ବ୍ଲଡ ସୁଗର ସ୍ତରକୁ ନିୟନ୍ତ୍ରିତ ରହିଥାଏ। କଫି ଯୋଗୁ ଏକ୍ସଟ୍ରା କ୍ୟାଲୋରୀ ବର୍ଣ୍ଣ ହେଉଥିବାରୁ ୱେଟ୍ ଲସ୍ ରେ ମଧ୍ୟ ସହାୟକ ହୁଏ। ଏମିତିରେ ବି ସାରା ବିଶ୍ୱରେ ଏବେ ଲୋକେ ମୋଟା ହେବା ସମସ୍ୟାରେ ଗ୍ରସିତ। ସେହିପରି ଡାୟବେଟିଜ୍ ମଧ୍ୟ ମହାମାରୀ ରୂପ ଧାରଣ କରିଛି। ଏଣୁ କଫି ଦ୍ୱାରା ଉଭୟ ସମସ୍ୟାକୁ ବ୍ରାଉନ ଫେଟଦ୍ୱାରା ସମାଧାନ କରାଯାଇପାରେ ବୋଲି ପ୍ରୋଗ୍ରାମ ଡାଇରେକ୍ଟର ମାଇକେଲ ସାଇମଣ୍ଡସ ଆଶାବ୍ୟକ୍ତ କରିଛନ୍ତି। ଆମ ଶରୀରରେ ଦୁଇ ପ୍ରକାର ଫେଟସ ଥାଏ। ଏଥିରୁ ଗୋଟିଏ ବ୍ରାଉନ ଏଡିପୋଜ୍ ଟିସ୍ୟୁ (ବିଏଟି) ବା ଆମେ ବ୍ରାଉନ ଫେଟ୍ କହୁ। ଯାହା ଶରୀରକୁ ଗରମ ରଖିବାରେ ସହାୟକ ହୋଇଥାଏ। ଯେଉଁମାନଙ୍କ ବିଏମଆଇ କମ୍ ଥାଏ ସେମାନଙ୍କ ଠାରେ ବ୍ରାଉନ ଫେଟ ମାତ୍ରା ଅଧିକ ଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.