୧୩ ମାସ,୨୫ସ୍କୁଲ : କୋଟିପତି ଶିକ୍ଷୟତ୍ରୀ ଅନାମିକା ଶୁକ୍ଲାଙ୍କ ବଡ ଖୁଲାସା...

Published By : Prameya-News7 Bureau | June 09, 2020 IST

ପ୍ରୟାଗରାଜ ୦୯/୦୬ : ଉତ୍ତର ପ୍ରଦେଶ ପ୍ରୟାଗରାଜର ଚର୍ଚ୍ଚିତ ଶିକ୍ଷୟତ୍ରୀ ଅନାମିକା ଶୁକ୍ଲାଙ୍କର ବଡ ଖୁଲାସା ହୋଇଛି | ସେ ଉତ୍ତର ପ୍ରଦେଶର ଶିକ୍ଷକତା ପ୍ରମାଣପତ୍ର ଆଧାରରେ ଅନେକ ଜିଲ୍ଲାରେ ଶିକ୍ଷକତା କରି କୋଟିଏ ଟଙ୍କା ଦରମା ନେଇଥିବା ମାମଲା ସାମ୍ନାକୁ ଆସିଥିଲା | ଶିକ୍ଷା ବିଭାଗ ତଦନ୍ତ ପରେ ଅନାମିକା ଶୁକ୍ଲାଙ୍କ ଅନେକ ମହତ୍ଵପୁର୍ଣ ଦସ୍ତାବେଜ ବ୍ୟବହାର କରି ଅନେକ ସ୍କୁଲରେ ଚାକିରୀ କରିଥିଲେ | ପ୍ରୟାଜରଜ ଜିଲ୍ଲାର ସୋରମ୍ବ  ଗୋହରୀ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆଉ ଜଣେ ଶିକ୍ଷୟତ୍ରୀଙ୍କ ଦସ୍ତାବେଜ ବ୍ୟବହାର କରି ଚାକିରୀ କରିଥିବା ଜଣାପଡିଛି | ଏହାପରେ ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଛି | 

ସୂଚନା ଅନୁଯାୟୀ, ଅନାମିକା ଶୁକ୍ଲାଙ୍କ ଦସ୍ତାବେଜ ନ୍ୟୁଜ ୧୮ ହାତରେ ପଡିଛି | ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ଲୋକେ ନକଲି ଦସ୍ତାବେଜ ବ୍ୟବହାର କରି ଚାକିରୀ ପାଇଛନ୍ତି | ପ୍ରୟାଗରାଜରେ ଅନାମିକା ଶୁକ୍ଲାଙ୍କ ଡକ୍ୟୁମେଣ୍ଟରେ ଫରୁଖାବାଦର ରୀନା ଚାକିରୀ କରୁଥିଲେ | ତାଙ୍କ ବାସଭବନ ପ୍ରମାଣପତ୍ରରୁ ସମସ୍ତ କାରନାମା ଧରାପଡିଛି |

ରୀନା ଅନାମିକା ଶୁକ୍ଲାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ବିଜ୍ଞାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଥିଲେ | ମାର୍ଚ୍ଚ ୧୬ ତାରିଖ ପରେ ରୀନା ସ୍କୁଲ ଯାଇନଥିଲେ | ତେବେ ଏପର୍ଯ୍ୟନ୍ତ ରୀନାଙ୍କୁ ଦରମା ମିଳିନାହିଁ | ଯଦି ଅନାମିକାଙ୍କ ଡକ୍ୟୁମେଣ୍ଟ ଦେଖାଯାଏ ତାହେଲେ ସେ ଜଣେ ମେଧାବୀ ଛାତ୍ରୀ | ସେ ୟୁପି ବୋର୍ଡରୁ ୨୦୦୭ ହାଇସ୍କୁଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ | ଇଣ୍ଟର ୨୦୦୯ ୟୁପି ବୋର୍ଡରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ | ସେ ସ୍ନାତକରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ | ୨୦୧୩ ବିଏଡ଼ରେ ପରୀକ୍ଷାରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ | 

{"id":283617,"sizeSlug":"large"}

୨୦୧୯ ନଭେମ୍ବର ୨୯ ତାରିଖରେ ପ୍ରୟାଗରାଜରେ ଅନାମିକା ଶିକ୍ଷକ ପ୍ରମାଣପତ୍ର ଆଧାରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ଜଏନ କରିଥିଲେ | କିନ୍ତୁ ପରେ ଗୋଟିଏ ନାଁରେ ଅନେକ ଜଣ ଚାକିରୀ କରୁଥିବା ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗର ମହାନିର୍ଦେଶକ ବିଜୟ କିରନ ଆନନ୍ଦ ପୁରା ମାମଲାର ଯାଞ୍ଚ କରାଇଥିଲେ | ଯାଞ୍ଚରେ ଶିକ୍ଷକ ପ୍ରମାଣପତ୍ର ଓ ବାସଭବନ ପ୍ରମାଣପତ୍ର ନକଲି ଥିବା ଜଣାପଡିଥିଲା |

ଯାଞ୍ଚ ରିପୋର୍ଟ ଆଧାରରେ ବିଏସଏ ସଞ୍ଜୟ କୁଶବାହା କର୍ଣ୍ଣଲଗଂଜ ଥାନାରେ ଅନାମିକା ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଅନାମିକା ଶୁକ୍ଲାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୪୧୯, ୪୨୦, ୪୬୭, ୪୬୮ ଓ ୪୭୧ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି | ପ୍ରୟାଗରାଜ ଏସଏସପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କହିଛନ୍ତି ଯେ ପୋଲିସ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.