କୋଟିଏ ଟଙ୍କାର ପୁରୁଣା ନୋଟ୍ ହେଲା ଜବତ, ଓଡିଶାରୁ ୪ସମେତ ୬ ଗିରଫ

Published By : Prameya-News7 Bureau | August 06, 2019 IST

ଇନ୍ଦୋର୬|୮: କୋଟିଏ ଟଙ୍କାରୁ ଅଧିକ ପୂରୁଣା ନୋଟ୍‌ ଜବତ କରିବା ସହ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ନୋଟ୍‌ ଏବେ ବେନ୍‌ ହୋଇସାରିଛି। ଇନ୍ଦୋରର ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଖରୁ ଗୋଟେ କୋଟିରୁ ଅଧିକ ଟଙ୍କାର ପୁରୁଣା ନୋଟ ଜବତ କରାଯାଇଛି ଯାହା ଏବେ ଅଚଳ ହୋଇସାରିଛି। ସେହି ସବୁ ନୋଟ୍‌ ମଧ୍ୟରୁ ଅଧିକ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଅଛି। େହି ଗଟମାରେ ପୋଲିସ ଗିରଫ କରିତିବା ୬ଜଣଙ୍କ ମଧ୍ୟ ୪ଜଣ ଓଡିଆ ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏବେ ଦେଶର ଅନେକ ସ୍ଥାନରେ ଏଭଳି ଏକ ନେଟୱାର୍କ କାମ କରୁଛି ଯାହା ପୂରୁଣା ନୋଟ୍‌କୁ ପଡୋଶୀ ଦେଶକୁ ପଠାଉଛି। ଏହା ପରେ ଭାରତ ଓ ସେହି ଦେଶ ମଧ୍ୟରେ ଚୁକ୍ତି ହୁଏ । ପୂରୁଣା ନୋଟ୍‌ ଭାରତକୁ ଆଇନଗତ ଭାବେ ପଠାଯାଏ ଓ ସେତିକି ମୂଦ୍ରାର ଅସଲି ଟଙ୍କା ଅନ୍ୟ ଦେଶ ନେଇଥାଏ। ଅଚଳ ହୋଇଥିବା ନୋଟ୍‌ ବାଙ୍ଗଲାଦେଶ, ନେପାଲ, ଭୂଟାନ ଓ ଅନ୍ୟାନ୍ୟ ସ୍ଥାନକୁ ପଠାଯାଏ।  ସେଠାରୁ ପୂରୁଣା ନୋଟ୍‌ ଭାରତକୁ  ପଠାଯାଏ। ଇନ୍ଦୋରରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଓଡିଶାର ବାସିନ୍ଦା ଓ ଅନ୍ୟ ୨ଜଣ ଗ୍ବାଲିୟରର ନିବାସୀ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.