Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆରବିଆଇରେ ଜମାହୋଇଛି ୧ କୋଟିର ନକଲି ନୋଟ୍, ଅଭିଯୋଗ ପରେ ତନାଘନା

28/09/2020 at 11:37 AM

ଲକ୍ଷ୍ନୌ ୨୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କର କରେନ୍ସି ଚେଷ୍ଟରେ ଜମାହୋଇଛି ୧ କୋଟି ନକଲି ନୋଟ୍ । ଲକ୍ଷ୍ନୌ ମହାନଗର ନିଗମ କୋତୱାଲିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଏକ କୋଟି ଟଙ୍କାର ନକଲି ନୋଟ୍ ମିଳିବା ନେଇ ମାମଲା ଦାୟର କରିଛନ୍ତି । ଏହି ନୋଟ୍ ବିଭିନ୍ନ ବ୍ୟାଙ୍କ୍ ରେ ୨୦୧୭ରୁ ୨୦୧୮ ମଧ୍ୟରେ ଜମା କରାଯାଇଥିଲା ।

ଆସିଷ୍ଟାଣ୍ଟ ମ୍ୟାନେଜର ରଞ୍ଜନ ମରାଭିଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୦୧୭ରୁ ମାର୍ଚ୍ଚ ୨୦୧୮ମଧ୍ୟରେ କରେନ୍ସି ଚେଷ୍ଟରେ ୧୫୪୩୬ଟି ନକଲି ନୋଟ୍ ଜମା ହୋଇଥିଲା ।  ଯାଞ୍ଚ ସମୟରେ ୫୦୦ ଟଙ୍କିଆ ୯୭୫୩ ଏବଂ ହଜାରେ ଟଙ୍କିର ୫୭୮୩ଟି ନୋଟ୍ ମିଳିଥିଲା ।  ଉଦ୍ଧାର ହୋଇଥିବା ସମସ୍ତ ନୋଟଗୁଡିକ ପ୍ରାୟ ଏକ କୋଟି ୫ ଲକ୍ଷ ଟଙ୍କାର ହେବ ।

ଆସିଷ୍ଟାଣ୍ଟ ମ୍ୟାନେଜର ମହାନଗର ନିଗମ ପୋଲିସକୁ ନକଲି ନୋଟଗୁଡିକର ଫୋରେନସିକ୍ ଯାଞ୍ଚ କରିବାକୁ ମଧ୍ୟ କହିଛନ୍ତି। ମହାନଗର ଇନ୍ସପେକ୍ଟର ଯଶକାନ୍ତ ସିଂ କହିଛନ୍ତି ଯେ, ରଞ୍ଜନ ମରାଭିଙ୍କ ଅଭିଯୋଗ ଆଧାରରେ ଭାରତୀୟ ମୁଦ୍ରାର ନକଲି କରିବା ଧାରା ଅଧିନରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି ।

   Related Posts