ସମ୍ବଲପୁର ଅଇଁଠାପାଲି ଥାନା ଶାନ୍ତିନଗରରେ ଗୁଳିକାଣ୍ଡ ; ଗୁଳିମାଡରେ ଯୁବକ ଗୁରୁତର

Published By : Prameya-News7 Bureau | October 15, 2018 IST

ସମ୍ବଲପୁର ୧୫|୧୦: ସମ୍ବଲପୁର ଅଇଁଠାପାଲି ଥାନା ଶାନ୍ତିନଗରରେ ଗୁଳିକାଣ୍ଡ ହୋଇଛି । ମଣ୍ଟୁ ପୋଢ ନାମରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ ହୋଇଛି । ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି । ମଣ୍ଟୁ ରାସ୍ତାରେ ଯାଉଥିବା ବେଳେ ବାଇକରେ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ ସିରିଆ ଜେନା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି ।  ଗୁରୁତର ଅବସ୍ଥାରେ ମଣ୍ଟୁ ପୋଢଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଇଁଠାପାଲି ଥାନା ପୋଲିସ ସିରିଆକୁ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.