Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସୁରେଶ୍ବରରେ ଦାଣ୍ଡଯାତ୍ରା ବେଳେ ବାଣ ଫୁଟି ଜଣେ ଗୁରୁତର

ନିଶ୍ଚିନ୍ତକୋଇଲି ୨୦|୪: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅଘଟଣ ଘଟିଛି । ଅସୁରେଶ୍ବରର ପ୍ରସିଦ୍ଧ ଶ୍ରୀ ରଘୁନାଥଜୀଉଙ୍କ ଦାଣ୍ଡଯାତ୍ରା ବେଳେ ବାଣ ଫୁଟି ଜଣେ ଗୁରୁତର । ଗୁରୁତର ଅର୍ଜୁନ ସିଂହଙ୍କୁ ପ୍ରଥମେ ଅସୁରେଶ୍ବର ପ୍ରାଥମିକ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ବାଣ ଫୁଟିବା ବେଳେ ଦଳାଚକଟାରେ ଆଉ ୨ ଜଣ ଆହତ ହୋଇଛନ୍ତି । ଦାଣ୍ଡଯାତ୍ରା ଦେଖିବାକୁ ପ୍ରାୟ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଆଉ ବାଣ ବିସ୍ଫୋରଣ ବେଳେ ଲୋକମାନେ ଧାଁ ଦୌଡ କରିଥିଲେ । ଫଳରେ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।

୨୦୦୮ ଏପ୍ରିଲ ୨୦ ତାରିଖରେ ଏହି ଦାଣ୍ଡଯାତ୍ରା ବେଳେ ବାଣ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏଠାରେ ବାରମ୍ବାର ଏପରି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆନଯାଉନଥିବା ଅଭିଯୋଗ ହୋଇଛି ।

331 Views

   ସମ୍ବନ୍ଧିତ ଖବର