ଘରୋଇ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ଗୁରୁତର, ଦୁଇ ଆହତ

Published By : Prameya-News7 Bureau | December 09, 2019 IST

ଆନନ୍ଦପୁର ୯।୧:  ଆନନ୍ଦପୁର ଥାନା ବରଡିହୀ ଗାଁରେ ପିଲା କଳିକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ଗୋଟିଏ ପରିବାରର ୩ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗାଁର ଭିମସେନ ଜେନା ଓ ଗୋଲକ ଜେନାଙ୍କ ପରିବାରର ପିଲାମାନେ ନଦୀଘାଟରେ ଗାଧୋଇବା ସମୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ପରେ ଏହି ଘଟଣାକୁ କେନ୍ଦ୍ରକରି ଗାଁରେ ଉଭୟ ପରିବାର ମଧ୍ୟରେ ବଚସା ଉଗ୍ର ରୂପ ନେଇଥିଲା । ଗୋଲକଙ୍କ ପରିବାରଲୋକେ ଭିମସେନଙ୍କ ପରିବାରଲୋକଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଭୀମସେନଙ୍କ ପତ୍ନୀ ଲଳିତା ଗୁରୁତର ହୋଇଥିବା ବେଳେ ଭଣଜା ସୁଗ୍ରୀବ ଓ ଭିଣୋଇ ନିଲୁ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.