ଚଣ୍ଡିଖୋଲ ବଡଚଣାରେ ଟ୍ରକ୍କୁ‌ ଧକ୍କା ଦେଲା ବସ୍ ; ଜଣେ ଗୁରୁତର, ୪ଜଣ ଆହତ

Published By : Prameya-News7 Bureau | October 13, 2018 IST

ଯାଜପୁର ୧୩|୧୦: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବଡଚଣାରେ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଫଳରେ ଜଣେ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଟାଟାରୁ ଭୁବନେଶ୍ବର ଆସୁଥିବା 'ଡଲଫିନ' ନାମକ ବସ୍‌ଟି ବଡଚଣା ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପେଟ୍ରୋଲ ପମ୍ପ୍‌ରେ ତେଲ ପକାଇ ରାସ୍ତାକୁ ଉଠୁଥିବା ବେଳେ ବସ୍‌ଟି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍‌ରେ ଥିବା ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗୁରୁତରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ୪ ଜଣ ଆହତ ଚିକିତ୍ସିତ ହୋଇ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.