ବାଇକ୍-କାର୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ୨ଜଣ ଆହତ

Published By : Prameya-News7 Bureau | June 05, 2019 IST

କରଞ୍ଜିଆ ୫|୬: କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥର ପାଟବିଲ ଛକ ନିକଟ ଜଙ୍ଗଲ ପାଖରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକେ ଚାଳକ ଗୁରୁତର ହୋଇଥିବାବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଇକ ଚାଳକ ଓ ଆହତମାନେ ପାଖପାଖି ଗାଁର ହୋଇଥିବା ବେଳେ କାରଟି ଝାଡ଼ଖଣ୍ଡ ସୀମାନ୍ତ ହଳଦିପୋଖରୀ ର ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.