ବସ୍-ଡମ୍ପର ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ୧୦ ଆହତ

Published By : Prameya-News7 Bureau | November 10, 2019 IST

ଜଳେଶ୍ବର ୧୦।୧୧: ଜଳେଶ୍ବରରେ ବସ୍-ଡମ୍ପର ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଚନ୍ଦନେଶ୍ବର-ଜଳେଶ୍ବର ରାସ୍ତାର ନାମପୋ ଫାଣ୍ଡି ନିକଟରେ ଦୁର୍ଘଟଣା ହୋଇଛି ।

{"id":181836}

ନୁରାନୀ ନାମକ ବସ୍ ଚନ୍ଦନେଶ୍ବରରୁ ବାଲେଶ୍ବର ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.