ସମ୍ବଲପୁର ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର

Published By : Prameya-News7 Bureau | September 10, 2019 IST

ସମ୍ବଲପୁର ୧୦।୯: ସମ୍ବଲପୁରର ପୋଲିସର ପୁଣି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର ହୋଇଛି । ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍‌କାଉଣ୍ଟର । ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍‌କାଉଣ୍ଟର । କୁଲୁଥକାନି ଧନକଉଡା ରାସ୍ତାରେ ପୋଲିସ ସହ ଗୁଳି ବିନିମୟ ହୋଇଛି । ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତ୍ରିଦେବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":155550}

ତ୍ରିଦେବ ସହ ତାର ଅନ୍ୟ ୨ ସହଯୋଗୀକୁ ମଧ୍ୟ କାବୁ କରିଛି ପୋଲିସ । ଦୁଇ ସହଯାଗୀ ହେଲେ ଦୀପକ ମଣ୍ଡଳ ଓ ଅନ୍ୟ ଜଣେ ନାବାଳକ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ମୋବାଇଲ ଫୋନ୍, ୩ଟି ସୁନା ଚେନ୍, ନଗଦ ୩୦ ହଜାର ଟଙ୍କା ଜବତ । ତ୍ରିଦେବ ନାଁରେ ଧନୁପାଲି ଓ ଅଇଁଠାପାଲି ଥାନାରେ ୮ରୁ ଅଧିକ ଫୌଜଦାରୀ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.