Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଜଣେ ଅପରାଧୀ ଗୁରୁତର, ୪ ଫେରାର

28/09/2019 at 7:51 AM

କେନ୍ଦ୍ରାପଡା ୨୮।୯: କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି । ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଳି ଜୁଆଁଣିଆ ଅଞ୍ଚଳରେ ଜଣଙ୍କ ଘରୁ ଡକାୟତି କରି ଫେରାର୍ ହେଉଥିଲେ ଗ୍ୟାଙ୍ଗ୍‌ । ସେମାନଙ୍କ ନିକଟରୁ ଓଡି୦୨ଓ୍ବାଇ-୧୮୨୧ ନମ୍ବର ବିଶିଷ୍ଟ ଇଣ୍ଡିଗୋ ଗାଡି ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ଗତ ରାତିରେ ଏକ ବଡ଼ ଧରଣର ଡକାୟତି କରି ଫେରାର ହେବାରେ ସଫଳ ହୋଇଥିବା ଡକାୟତି ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ପୋଲିସ । ଡକାୟତ ମାନେ ଡକାୟତି କରି ଏକ ଇଣ୍ଡିଗୋ କାର ସାହାଯ୍ୟରେ ଆଳିରୁ କେନ୍ଦ୍ରାପଡ଼ା ଆସୁଥିବା ଖବର ପାଇ ପୋଲିସ ବିଭିନ୍ନ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଅପରାଧୀମାନେ ପୋଲିସକୁ ଚକମା ଦେଖାଇ ଫେରାର ହେବାପାଇଁ ଉଦ୍ୟମ କରୁଥିବା ବେଳେ ଆଳି ପୋଲିସ ଗୁଳି ଚଳାଇଥିବା ସୂଚନା ମିଳିଛି। ଏହି ଗୁଳିମାଡରେ ଡକାୟତମାନଙ୍କ ମଧ୍ୟରୁ ଜଣେ ଡକାୟତର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଚାରି ଜଣ ଫେରାର ହେବାରେ ସଫଳ ହୋଇଛନ୍ତି। ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସଦର ପୋଲିସ ଡକାୟତମାନେ ବ୍ୟବହାର କରିଥିବା ଗାଡିକୁ ଜବତ କରିଛି।

   Related Posts