Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଦେଶରେ କରୋନା ଭୂତାଣୁରେ ଚତୁର୍ଥ ମୃତ୍ୟୁ, ପଞ୍ଜାବରେ ଆଖି ବୁଜିଲେ ରୋଗୀ

19/03/2020 at 5:30 PM

ଚଣ୍ଡିଗଡ ୧୯।୦୩ : କରୋନା ଭୂତାଣୁରେ ସମଗ୍ର ଦେଶରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ପଞ୍ଜାବର ନଓ୍ଵାଁସହର ଜିଲ୍ଲାର ଏକ ହସ୍ପିଟାଲରେ କରୋନାରେ ସଂକ୍ରମିତ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ରକ୍ତ ନମୂନା ଯାଞ୍ଚରେ ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ସଂପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ମୋଟ୍ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ଚାରି ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁମାନଙ୍କର ବୟସ ୬୦ରୁ ଉର୍ଦ୍ଧ୍ଵ ରହିଛି।

ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି ଯେ, ଏହି ବ୍ୟକ୍ତି ଦୁଇ ସପ୍ତାହ ଇଟାଲୀ ଦେଇ ଜର୍ମାନୀରୁ ଦେଶକୁ ଫେରିଥିଲେ। ଛାତିରେ ବହୁତ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା(ପିଜିଆଇଏମଆଇଆର)ର ନିର୍ଦ୍ଦେଶକ ଜଗତ ରାମ କହିଛନ୍ତି ଯେ, ମୃତକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ। ଯାଞ୍ଚରୁ ବ୍ୟକ୍ତିଙ୍କ ନମୂନା ପୋଜିଟିଭି ମିଳିଥିଲା। ବାଙ୍ଗା ସାମୁଦାୟିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କର ମୃତ୍ୟୁ ଘଟିଛି।

ମାତ୍ର ସ୍ଵାସ୍ଥ୍ୟ ଅଧିକାରୀ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରି ନାହାନ୍ତି। କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ସମ୍ବନ୍ଧରେ ତତ୍କାଳ ସୂଚନା ମିଳି ପାରିନାହିଁ। ଜିଲ୍ଲାର ସିଭିଲ୍ ସର୍ଜନ ପ୍ରସାଦ ଭାଟିଆ କହିଛନ୍ତି ଯେ, ଏହି ବ୍ୟକ୍ତି ମାର୍ଚ୍ଚ ୭ରେ ଇଟାଲୀ ଦେଇ ଜର୍ମାନୀରୁ ଦେଶକୁ ଫେରିଥିଲେ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଦ୍ୟାବଧି ୧୭୫ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏଥିରେ ପୂର୍ବରୁ ତିନି ଜଣଙ୍କ ମୃତ୍ୟୁ ଘଟି ସାରିଛି। ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

   Related Posts