Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ମ୍ୟାପ୍‌ରେ ଯୋଡି ହେଲା ସମ୍ବଲପୁର, ଚିହ୍ନଟ ହେଲେ ଜଣେ ସଂକ୍ରମିତ

17/05/2020 at 10:16 AM

ଭୁବନେଶ୍ବର ୧୭।୫: ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୯୧ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବଲାଙ୍ଗିର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରହିଛନ୍ତି ।

ରାଜ୍ୟରେ ମୋଟ୍ ୨୨ ଜିଲ୍ଲାକୁ କରୋନା ଛୁଇଁ ସାରିଲାଣି । ସମ୍ବଲପୁର ଜିଲ୍ଲା ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ ରେ ଯୋଡି ହୋଇଛି । ସମ୍ବଲପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ୨୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୦ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ୧୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୯ଟି ଆକ୍ଟିଭ୍ କେସ୍ ରହିଛି । ଏପର୍ଯ୍ୟନ୍ତ ୫୨ ଜଣ ସୁସ୍ଥ ହୋଇସାରିଛନ୍ତି ।

ବାଲେଶ୍ବର ଜିଲ୍ଲାରେ ୧୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୭ଟି ଆକ୍ଟିଭ କେସ୍‌ ରହିଛି । ଜିଲ୍ଲାରେ ୨୨ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩ଟି ଆକ୍ଟିଭ୍‌ କେସ୍‌ ରହିଛି । ୨୧ ଜଣ ସୁସ୍ଥ ହୋଇସାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୫୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୨ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୨୫ଟି ଆକ୍ଟିଭ୍‌ କେସ୍ ରହିଛି । ସୁନ୍ଦରଗଡ ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୧୨ଟି ଆକ୍ଟିଭ୍‌ କେସ୍‌ ରହିଛି । ପୁରୀରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ବାକି ୨୪ ଜଣଙ୍କ ଚିକିତ୍ସା ଜାରି ରହିଛି । କଟକରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ୨୨ଟି ଆକ୍ଟିଭ୍ କେସ୍ ରହିଛି ।

ଅନୁଗୋଳ ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । ମୟୁରଭଞ୍ଜ ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଟି ଆକ୍ଟିଭ୍‌ କେସ୍‌ ରହିଛି । କେନ୍ଦୁଝର ଜିଲ୍ଲାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଟି ଆକ୍ଟିଭ୍ କେସ୍ ରହିଛି । ଜିଲ୍ଲାରେ ୨ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ ଜିଲ୍ଲାରେ ୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେହି ସୁସ୍ଥ ହୋଇନାହାନ୍ତି। ବଲାଙ୍ଗିର ଜିଲ୍ଲାରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ଜଣେ ସଂକ୍ରମିତ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

   Related Posts