Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

କରୋନା ମ୍ୟାପ୍‌ରେ ଦୁଇ ନୂଆ ଜିଲ୍ଲା ସାମିଲ : ନବରଙ୍ଗପୁରରେ ଜଣେ ଏବଂ ଗଜପତିରେ ୪ ସଂକ୍ରମିତ ଚିହ୍ନଟ

23/05/2020 at 10:19 AM

ଭୁବନେଶ୍ବର ୨୩।୫: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯ ଛୁଇଁଲାଣି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ଦୁଇଟି ନୂଆ ଜିଲ୍ଲା କରୋନା ଗ୍ରାଫ୍‌ରେ ସାମିଲ ହୋଇଛି । ଫଳରେ ରାଜ୍ୟରେ ମୋଟ୍ ୨୬ ଜିଲ୍ଲାକୁ କରୋନା କବଳିତ କରୁଛି ।

ନବରଙ୍ଗପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି । ସେହିପରି ଗଜପତି ଜିଲ୍ଲାରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୨୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts