କରୋନା ମ୍ୟାପ୍‌ରେ ଯୋଡିହେଲା ନୂଆ ଜିଲ୍ଲା, ସୋନପୁରରେ ଚିହ୍ନଟ ହେଲେ ଜଣେ ସଂକ୍ରମିତ

Published By : Prameya-News7 Bureau | May 26, 2020 IST

ଭୁବନେଶ୍ବର ୨୬।୫: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମଙ୍ଗଳବାର ରାଜ୍ୟରେ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୭୯ ସଂକ୍ରମିତଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

{"id":276148,"sizeSlug":"large"}

ଏପର୍ଯ୍ୟନ୍ତ ରାଜ୍ୟର ୨୯ ଜିଲ୍ଲାକୁ କବଳିତ କରିସାରିଲାଣି କରୋନା । ମଙ୍ଗଳବାର ନୂଆ ଜିଲ୍ଲା ଭାବେ ସୋନପୁର ଜିଲ୍ଲାକୁ ଛୁଇଁଛି କରୋନା । ସୋନପୁର ଜିଲ୍ଲାରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଡୁଙ୍ଗୁରୀପାଲି ବ୍ଲକର  ଗଜବନ୍ଧ ଗାଁରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ । ପ୍ରବାସୀ ଶ୍ରମିକ ଜଣଙ୍କ ଆହମ୍ମଦାବାଦରୁ ଗତ ୧୭ ତାରିଖରେ  ଫେରିଥିବା ବେଳେ ଗତ ୧୯ ତାରିଖରେ  ତାଙ୍କ ସ୍ୱାବ୍ ସଂଗ୍ରହ ହୋଇଥିଲା । ନୁମନା ପିଜିଟିଭ୍ ଆସିବା ପରେ ତାଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏପର୍ଯ୍ୟନ୍ତ ମୋଟ୍ ୧୪୫୦୦ ପ୍ରବାସୀ ଓଡିଆ ଜିଲ୍ଲାକୁ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ସେଥିମଧ୍ୟରୁ ୫୬୫୦ ଜିଲ୍ଲାକୁ ଫେରିଛନ୍ତି । ତାଙ୍କୁ ଜିଲ୍ଲାରେ ହୋଇଥିବା ୧୬୧ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଜିଲ୍ଲାରୁ ୨୬୩୮ଟି ସ୍ବାବ୍ ନମୂନା ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ୧୫୭୫ଟି ନମୁନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ ଜଣଙ୍କର ନମୂନା ପଜିଟିଭ୍ ଆସିଛି । ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକ ସତର୍କ ରହିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଲୋକେ ଭୟଭୀତ ନହେବା ଜିଲ୍ଲାପାଳ ମନୀଷା ବାନାର୍ଜି କହିଛନ୍ତି ।

{"id":276114,"sizeSlug":"large"}

ତେବେ ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୭୯ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, କନ୍ଧମାଳ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ଜଣେ ଏବଂ ସୋନପୁର ଜିଲ୍ଲାରୁ ଜଣେ ରହିଛନ୍ତି ।

{"id":276115,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୫୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.