ରାଜ୍ୟର ଆଉ ଏକ ଜିଲ୍ଲାକୁ ଛୁଇଁଲା କରୋନା : ନୂଆପଡାରେ ଜଣେ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ବର ୨୪।୫: ରାଜ୍ୟରେ ଥମିବାର ନାଁ ନେଉନି କରୋନା ଭାଇରସ୍ ସଂକ୍ରମଣ । ଧିରେ ଧିରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କବଳିତ କରି ଚାଲିଛି କରୋନା । ଏହି କ୍ରମରେ କରୋନା ଗ୍ରାଫ୍ ରେ ଯୋଡି ହୋଇଯାଇଛି ଆଉ ଗୋଟିଏ ଜିଲ୍ଲା । ନୂଆପଡା ଜିଲ୍ଲାରେ ପ୍ରଥମ ଥର ପାଇଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ୍ ୨୭ ଜିଲ୍ଲାକୁ ଅକ୍ତିଆର କରି ସାରିଲାଣି କରୋନା ।

{"id":275081,"sizeSlug":"large"}

ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣଙ୍କ ମୁମ୍ବାଇରୁ ଫେରିଥିଲେ । ଆକ୍ରାନ୍ତ ଜଣଙ୍କ ଖଡିଆଳ ବ୍ଲକର ସାନମହେଶ୍ବର ଗାଁରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ସେଠାରେ ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା । ନୁମନା ପିଜିଟିଭ୍ ଆସିବା ପରେ ତାଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

{"id":275082,"sizeSlug":"large"}

ଏହାସହ ରାଜ୍ୟରେ ରବିବାର ମୋଟ୍ ୬୭ ଜଣ କରୋନା ସଂକ୍ରମିକ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୬୭ ସଂକ୍ରମିକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ ରହିଛନ୍ତି ।

{"id":275083,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୩୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.