ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ : ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ, ଚାଲିଛି ସାନିଟାଇଜ୍

Published By : Prameya-News7 Bureau | July 05, 2020 IST

କଟକ ୦୫।୦୭:  ସାରା ରାଜ୍ୟରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁବ୍‌ ବିଗିଡିବାରେ ଲାଗିଛି । ଗତ କିଛି ହେଲା ଲଗାତର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ  ଓଡିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିକୁ ବନ୍ଦ କରିଦିଆଯାଇଛି ।

{"id":296146,"sizeSlug":"large"}

ସୂଚନାଯୋଗ୍ୟ ଯେ, ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ଆଜି ସାନିଟାଇଜ୍ କରାଯାଉଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ ସୂଚନା ଦେଇଛନ୍ତି ।

{"id":296147,"sizeSlug":"large"}

 ସଂକ୍ରମିତ ଚିହ୍ନଟ  ପରେ ହାଇକୋର୍ଟ ପରିସରକୁ ଆଜି ସମ୍ପୂର୍ଣ୍ଣ ଭାବେ ବିଶୋଧିତ କରାଯାଇଛି । ଆଜି ହାଇକୋର୍ଟର ଉଭୟ ନୂଆ ଏବଂ ପୁରୁଣା ବିଲ୍ଡିଂକୁ ବିଶୋଧନ କରାଯାଇଛି । ଗତ କିଛି ଦିନ ଭିତରେ କଟକ ଜିଲ୍ଲା ଏବଂ କଟକ ମହାନଗର ଅଞ୍ଚଳରେ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୃତ ବେଗରେ ବୃଦ୍ଧି ପାଇଛି । ସେହି କାରଣରୁ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ସର୍ଟଡାଉନ ରଖାଯାଇଛି ।

{"id":296148,"sizeSlug":"large"}

ତେବେ ହାଇକୋର୍ଟ ର ଜଣେ କର୍ମଚାରୀ କରୋନା ପଜିଟିଭ ଜଣାପଡିବା ପରେ ୮ ତାରିଖ ଯାଏ ହାଇକୋର୍ଟକୁ ବନ୍ଦ କରାଯାଇଛି । ଆକ୍ରାନ୍ତ କର୍ମଚାରୀଙ୍କ  ସମ୍ପର୍କରେ କେଉଁ ମାନେ ଆସିଛନ୍ତି , ତାର ଛାନଭିନ ଚାଲିଛି । କଣ୍ଟାକ୍ଟ ଟ୍ରେସି କାମ ଜାରି ରହିଥିବା ଵେଳେ ଆଜି ହାଇକୋର୍ଟକୁ ସମ୍ପୂର୍ଣ୍ଣ ବିଶୋଧିଜ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.