ଶୋଇଥିବା ୩ଶିଶୁଙ୍କୁ ଘୋଷାଡି ନେଇ କଚାଡିଦେଲା ଦନ୍ତା, ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | July 11, 2019 IST

କେନ୍ଦୁଝର ୧୧|୭: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଗୋଠ ଛଡା ଦନ୍ତାର ଦବଙ୍ଗଗିରି ଜାରି ରହିଛି । ଗତକାଲି ବିଳମ୍ବିତ ଗୋଠ ଛଡା ଦନ୍ତା ହାତୀଟି  ରାତିରେ ଘରର କବାଟ ଭାଙ୍ଗି ବାପା ମାଙ୍କ କୋଳରେ ଶୋଇଥିବା ୭ ବର୍ଷର ଝିଅକୁ ଘୋଷାଡି ନେଇ ଦଳି ଚକଟି କଚାଡି ମାରିଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ମାଲଦା ଗାଁର ବାଜିୟା ମୁଣ୍ଡା ତାଙ୍କ ସ୍ତ୍ରୀ ଓ ୩ ଛୁଆ ଘରେ ଶୋଇଥିବା ବେଳେ ଗୋଠ ଛଡା ଦନ୍ତା କବାଟ ଭାଙ୍ଗି ଜଣେ ଶିଶୁକୁ ମାରିଥିବା ବେଳେ ଆଉ ଦୁଇ ଶିଶୁଙ୍କୁ ଗୁରୁତର କରିପକାଇଛି । 

{"id":132492}

ମଙ୍ଗଳବାର ରାତିରେ ଗୋଠ ଛଡା ଦନ୍ତାଟି କାସିୟା ଓ କେନ୍ଦୁଘାଟି ଗ୍ରାମରେ ୫ଟି ଘର ଭାଙ୍ଗିବା ସହ ଅନ୍ଧାରି ଖମଣ୍ଡ ଜଙ୍ଗଲରେ ଗତକାଲି ଦିନ ସାରା ଡେରା ପକାଇ ଥିଲା । ବନ ବିଭାଗ  ଗତକାଲି ରାତି ୧୨ ପର୍ଯ୍ୟନ୍ତ ଜଗି ଥିବାବେଳେ ସେମାନେ ଅନ୍ୟତ୍ର ସେଠାରୁ ଗଲା ପରେ ଦନ୍ତାଟି ଏହି ଆକ୍ରମଣ କରିଥିବା ଜଣାପଡିଛି । ସକାଳୁ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।  କେନ୍ଦୁଘାଟି, ଦଂଲା, କଲଣ୍ଡା ଆଦି ବିଭିନ୍ନ ଅଂଚଳରେ ତିନି ମାସ ମଧ୍ୟରେ ଏହି ଗୋଠ ଛଡା ଦନ୍ତା ୫ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାରିଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ରେଞ୍ଜରେ ୨୫ରୁ ଉର୍ଦ୍ଧ୍ବ ହାତୀପଲ ଉତ୍ପାତ କରୁଛନ୍ତି । ଏଥି ମଧ୍ୟରୁ ଏକ ଗୋଠ ଛଡା ଦନ୍ତା ହାତୀଟି ତାର ଉତ୍ପାତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.