ଘରେ ଶୋଇଥିବା ବେଳେ ଭୁଷୁଡିପଡିଲା କାନ୍ଥ : ୧୦ମାସର ଶିଶୁପୁତ୍ର ମୃତ, ୪ ଆହତ

Published By : Prameya-News7 Bureau | October 26, 2019 IST

ସାନଖେମୁଣ୍ଡି ୨୬।୧୦: ଲଗାଣ ବର୍ଷାରେ ସାରା ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ବିବିନ୍ ସ୍ଥାନରୁ ଅଘଟଣ ଖବରମାନ ଆସି ପହଞ୍ଚୁଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ରେ ଅଭାବନୀୟ ଘଟଣା ଘଟିଛି । ଘର କାନ୍ଥ ଭୁଷୁଡି ପଡିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି ।

{"id":174873}

ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ବ୍ଲକ୍ ବଜ୍ରଗୁମା ଗାଁର ସନ୍ତୋଷ କୁମାର ନାଇକ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଷୁଡି ପଡିଛି । ଫଳରେ ସନ୍ତୋଷଙ୍କ ୧୦ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.