ଗୋଟିଏ ଗାଡି-୨ଟି ନମ୍ବର , ଏହାପଛର କ’ଣ କାରଣ ? ଅଟକ ରଖି ଛାନ୍‌ଭିନ୍‌ କରୁଛି ପୋଲିସ

Published By : Prameya-News7 Bureau | November 24, 2020 IST

ସାଲେପୁର /ଚୌଦ୍ୱାର ୨୪।୧୧: ଗୋଟିଏ କାର୍‌ର ଆଗ ପଟେ ଗୋଟିଏ ନମ୍ବର, ପଛ ପଟେ ଆଉ ଗୋଟିଏ ନମ୍ବର । କଥାଟି ମିଛ ଭାବୁଥିଲେ ବି ସତ । ଏପରି ଏକ ଗାଡି ଜବତ ହୋଇଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଅର୍ଜୁନମାଳିଆ ଟୋଲ୍‌ ଗେଟ୍‌ ନିକଟରୁ । ଯାହାର ୨ଟି ପ୍ଲେଟ୍‌ରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଗାଡିରେ ଆଗ ପଟ ପ୍ଲେଟରେ ଗୋଟିଏ ନମ୍ବର, ଆଉ ପଛ ପଟ ପ୍ଲେଟରେ ଆଉ ଗୋଟିଏ ନମ୍ବର ରହିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଟାଙ୍କୀ ପୋଲିସ ଏକ ଇଣ୍ଡିକା କାର୍‌କୁ ସନ୍ଦେହ ଜନକ ଅବସ୍ଥାରେ ଜବତ କରିଛି । ଗାଡିର ଆଗ ପଟେ ଗୋଟିଏ ନମ୍ବର , ଏବଂ ପଛ ପଟେ ଆଉ ଗୋଟିଏ ନମ୍ବର ରହିଛି । ଯାହାକି ପୁରା ଅଲଗା ରହିଛି । କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗରେ ପୋଲିସ ସନ୍ଦେହ କରୁଥିବା ବେଳେ ୨ଟି ନମ୍ବର ପ୍ଲେଟ ତଥ୍ୟ ସାମ୍ନାକୁ ଆସିଛି । ତେବେ କାର୍‌ଟି କିଭଳି ରାସ୍ତା କଡ଼କୁ ଆସିଲା ? କିଏ ଆଣି ଏଠାରେ ଗାଡି ରଖିଛି ? କାହାର ଏ ଗାଡି ? ଏମିକି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅଧିକ ଛାନ୍‌ଭିନ୍‌ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.