Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଗୋଟିଏ କାରକୁ OLXରେ ୧୨ ଥର କରିଥିଲା ବିକ୍ରି, ଜିପିଏସ୍‌ ଲଗାଇ କରୁଥିଲା ଚୋରି

29/10/2020 at 9:35 PM

ନୋଏଡା ୨୯/୧୦:  ଜିପିଏସ୍‌ (ଗ୍ଲୋବାଲ ପୋଜିସନିଂ ସିଷ୍ଟମ)ର ବ୍ୟବହାର କାହିଁକି ହୁଏ ତାହା ଆପଣ ଜାଣିଥିବେ। କିନ୍ତୁ ଜିପିଏସ୍‌ର ବ୍ୟବହାର କରି ଜଣେ ଚୋର ଏବେ ଖବରର ଶୀର୍ଷରେ ରହିଛି। ଚୋରି କାରକୁ ଓଏଲଏକ୍ସରେ ୧୨ ଥର ବିକ୍ରି କରି ଧରାପଡ଼ିଛି ମନୁ ତ୍ୟାଗି ନାମକ ଜଣେ ଚୋର। କାର ଚୋରି କରି ଓଏଲଏକ୍ସରେ ବିକ୍ରି କରୁଥିଲା। ବିକ୍ରି କରିବା ବେଳେ କାର୍‌ରେ ଜିପିଏସ୍‌ ଲଗାଇ ଦେଉଥିଲା ଚୋର।

ଗ୍ରାହକ କାର ନେଇ କୌଣସି ସ୍ଥାନରେ ରଖିଲେ ଅଭିଯୁକ୍ତ ଜିପିଏସ୍‌ ସାହାଯ୍ୟରେ କାର୍‌ର ଅବସ୍ଥିତି ଜାଣି ପୁଣି କାରକୁ ଚୋରି କରୁଥିଲା। ପୁଣିଥରେ ଓଏଲଏକ୍ସରେ ବିକ୍ରି ପାଇଁ ଦେଉଥିଲା ଆଡ୍‌। ଏଭଳି ୧୨ ଥର କରିବା ପରେ ପୋଲିସ ହାତରେ ଧରାପଡ଼ିଛି ଆଦମପୁର ଜିଲ୍ଲା ଅମରୋହା ବାସିନ୍ଦା ମନୁ ତ୍ୟାଗି। ମନୁକୁ ଗିରଫ କରିବା ସହ ତା ପାଖରୁ ଫେକ୍‌ ନମ୍ବର ପ୍ଲେଟ୍‌ ଥିବା ଏକ କାର, ଦୁଇଟି ମୋବାଇଲ୍‌ ଫୋନ୍‌, ନକଲି ଆଧାରକାର୍ଡ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ।

ଓଏଲଏକ୍ସରେ ବିଜ୍ଞାପନ ଦେବା ସହ କାରର ଏକ ନକଲି ଚାବି ନିଜ ପାଖରେ ରଖୁଥିଲା ଅଭିଯୁକ୍ତ।  ଜିପିଏସ୍‌ ଲଗାଇ କାର୍‌କୁ ଟ୍ରାକ୍‌ କରିବା ସହ ବାରମ୍ବାର କାରକୁ ଚୋରି କରୁଥିଲା। ଗୋଟିଏ କାରକୁ ୧୨ ଥର ବିକ୍ରି କରିବା ପରେ ଧରାପଡ଼ିଛି ଅଭିଯୁକ୍ତ ମନୁ ତ୍ୟାଗି। କେବଳ ଠକେଇ ନୁହେଁ ବରଂ  ମନୁ ନାଁରେ ମଧ୍ୟ ହତ୍ୟା ମାମଲା ରହିଛି। ଗିରଫ ହେବାର କିଛି ମାସ ପୂର୍ବରୁ ଉତ୍ତରାଖଣ୍ଡ ଜେଲ୍‌ରୁ ବାହାରିଥିଲା ମନୁ।

ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ମନୁର କାରନାମା ପଦାକୁ ଆସିଥିଲା। ଜିତେ ଯାଦବ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ ଯେ, ଦୁଇ ମାସ ତଳେ ମନୁ ପାଖରୁ କାରକୁ ୨.୭୦ ଲକ୍ଷ ଟଙ୍କାରେ କିଣିଥିଲେ। କିନ୍ତୁ ବହୁ ଦିନ ପରେ ବି ମନୁ ତାଙ୍କୁ କାର୍‌ର କାଗଜପତ୍ର ଦେଇନଥିଲା। କିନ୍ତୁ କିଛି ଦିନ ଗଲା ପରେ ପୁଣି ଓଏଲଏକ୍ସରେ ସେହି କାର୍‌ର ଆଡ୍‌ ଦେଖିବାରୁ ତାଙ୍କର ସନ୍ଦେହ ହୋଇଥିଲା। ଏହାପରେ ପୋଲିସ ମନୁକୁ ଗିରଫ କରିବା ସହ ତା ପାଖରୁ ସମସ୍ତ ତଥ୍ୟ ଆଦାୟ କରିଛି।

   Related Posts