ଜଗତସିଂହପୁରରେ ଅଗ୍ନିକାଣ୍ଡ,ଜଣେ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | January 09, 2019 IST


ଜଗତସିଂହପୁର ୯/୧ -ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ରାଉତ ନୂଆଗାଁ ରେ ଅଘଟଣ । ଘରେ ନିଆଁ ଲାଗି ୪ ବଖରା ଘର ପୋଡି ଯିବା ସହ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଯୁବତୀ ଏହି ଗାଁର ଅଚ୍ୟୁତାନନ୍ଦ ଦାସଙ୍କ ଝିଅ ମାମା ଦାସ । ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ । ଏଥି ସହିତ ରଘୁନାଥପୁର ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

wp:core-embed/youtube {"url":"https://www.youtube.com/watch?v=S4yMUTvibjs","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=S4yMUTvibjs
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.