ବାଂଲାଦେଶ ବର୍ଡର ଗାର୍ଡଙ୍କ ବର୍ବରକାଣ୍ଡ : ଗୁଳିମାଡରେ ଜଣେ ବିଏସ୍ଏଫ୍ ଜବାନ ସହିଦ, ଜଣେ ଗୁରୁତର

Published By : Prameya-News7 Bureau | October 18, 2019 IST

କୋଲକାତା ।୧୦: ପାକିସ୍ତାନ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ବାଂଲାଦେଶ ପଟୁ ଏମିତି ଏକ ଖବର ଆସିଛି ଯାହାକି ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇ ଦେଇଛି । ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀ ବର୍ଡର ଗାର୍ଡସ୍ ଙ୍କ ଗୁଳିମାଡ଼ରେ ବିଏସ୍ଏଫ୍ ର ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଭାରତୀୟ ଯବାନଙ୍କ ଉପରେ ବାଂଲାଦେଶୀ ଆକ୍ରମଣ ।ସୀମାରେ ନିୟୋଜିତ ବିଏସ୍ଏଫ୍ ଯବାନଙ୍କ ଉପରେ ଆକ୍ରମଣ କଲେ ବର୍ଡର ଗାର୍ଡସ୍ ଅଫ୍ ବାଂଲାଦେଶ-ବିଜିବି ସୈନ୍ୟ ।ଏଥିରେ ସହିଦ ହୋଇଛନ୍ତି ଜଣେ ବିଏସ୍ଏଫ୍ ଯବାନ ।ସହିଦ ଯବାନ ହେଉଛନ୍ତି ହେଡ୍ କନଷ୍ଟେବଲ ବିଜୟ ଭାନ ସିଂହ ।ଅନ୍ୟ ଜଣେ ଯବାନ ହୋଇଛନ୍ତି ଗୁରୁତର । ସହିଦ ବିଜୟ ଭାନ ସିଂହଙ୍କ ମୁଣ୍ଡରେ ଗୁଳି ବାଜିଛି ।ଆହତ ଯବାନଙ୍କ ହାତରେ ଗୁଳି ବାଜିଛି ।ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ସୀମାରେ ଆଜି ସକାଳେ ଏହି ଘଟଣା ଘଟିଛି ।ଫ୍ଲାଗ୍ ମିଟିଙ୍ଗ ପାଇଁ ବିଏସ୍ଏଫ୍ ଯବାନ ମାନେ ଯାଉଥିବା ବେଳେ ବାଂଲାଦେଶ ପଟୁ ଗୁଳିମାଡ଼ ହୋଇଥିଲା ।

ବିଏସ୍ଏଫ୍ର କହିବା ଅନୁସାରେ ଗୁରୁବାର ସକାଳେ ପଦ୍ମାନଦୀ ଅଞ୍ଚଳରେ ତିନି ଜଣ ଭାରତୀୟ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ ।ତେବେ ସେମାନଙ୍କୁ ବାଂଲାଦେଶୀ ଗାର୍ଡ ମାନେ ଧରି ନେଇଥିଲେ ।ଏହାପରେ ସେମାନେ ୨ ଜଣ ମତ୍ସ୍ୟଜୀବୀଙ୍କୁ ଛାଡ଼ି ଦେଇଥିଲେ ।ଏ ସଂପର୍କରେ ସେମାନେ ବିଏସ୍ଏଫ୍କୁ ଜଣାଇବା ପରେ ଫ୍ଲାଗ୍ ମିଟିଙ୍ଗ ପାଇଁ ବିଏସ୍ଏଫ୍ ଯବାନ ମାନେ ଯାଇଥିଲେ ଆଉ ସେହି ସମୟରେ ଏକେ-୪୭ରୁ ବାଂଲାଦେଶୀ ବର୍ଡର ଗାର୍ଡ ଆକ୍ରମଣ କରିଥିଲେ ।ତେବେ ଏହି ଘଟଣା ପରେ ବିଏସ୍ଏଫ୍ ଡିଜି, ବାଂଲାଦେଶ ବର୍ଡର ଗାର୍ଡ ଡିଜିଙ୍କ ସହିତ ହଟ୍ଲାଇନ୍ରେ କଥାବାର୍ତ୍ତା କରି ପ୍ରତିବାଦ ଜଣାଇଛନ୍ତି ।ବାଂଲାଦେଶ ପକ୍ଷରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.