ଅଟୋ ଡ୍ରାଇଭର୍‌ଙ୍କ ମହନୀୟତା, ଫେରାଇଲେ ଯୁବ ଇଞ୍ଜିନିୟରଙ୍କ ଅତ୍ୟାବଶ୍ୟକ ଡକ୍ୟୁମେଣ୍ଟ ଥିବା ବ୍ୟାଗ୍‌

Published By : Prameya-News7 Bureau | March 11, 2021 IST

ଭୁବନେଶ୍ୱର, ୧୧/୦୩:  ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଲୁଟ୍‌ ବଢ଼ି ଚାଲିଥିବା ବେଳେ ଜଣେ ଅଟୋ ଡ୍ରାଇଭର୍‌ କରିଥିବା ଏକ ମହନୀୟ କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରୁଛନ୍ତି । ତିନିଦିନ ତଳେ ଜଣେ ଅଟୋ ଡ୍ରାଇଭର୍‌ ଭୁବନେଶ୍ୱର ନିକଟବର୍ତ୍ତୀ ତମାଣ୍ଡୋ ଥାନାକୁ ସକାଳୁ ସକାଳୁ ଆସିଥିଲେ । ସେ ଏକ ବ୍ୟଗ୍‌କୁ ଥାନା ଅଧିକାରୀଙ୍କୁ ଦେଇ ଏହାର ଉପଯୁକ୍ତ ମାଲିକଙ୍କୁ ଫେରାଇବାକୁ କହିଥିବା ଜଣାପଡ଼ିଛି ।

ଏହି ବ୍ୟାଗ୍‌ରେ ୧ ହଜାର ନଗଦ ଟଙ୍କା, ଭୋଟର୍‌ କାର୍ଡ, ପାନ୍‌ କାର୍ଡ, ସେଭିଙ୍ଗ୍‌ ବକ୍ସ, ଡାଏରୀ, ଡ୍ରେସ୍‌, ବେଡ୍‌ ସିଟ୍‌, ଲାପଟପ୍‌ ଚାର୍ଜର ଏବଂ ଅନ୍ୟାନ୍ୟ ଆତ୍ୟାବଶ୍ୟକ ଡକ୍ୟୁମେଣ୍ଟ ରହିଥିବା ପୋଲିସ୍‌ ଜାଣିବାକୁ ପାଇଥିଲା । ଏଥିରେ ଥିବା ବ୍ୟାଙ୍କ୍‌ ପାସ୍‌ବୁକ୍‌କୁ ତର୍ଜମା କରିବା ପରେ ଏହି ବ୍ୟଗ୍‌ଟି ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ହୋଇଥିବା ଜଣାପଡ଼ିଥିଲା । ସେ ଭୁବନେଶ୍ୱରରୁ ଝାଡ଼ଖଣ୍ଡ ଯାଉଥିବା ସମୟରେ ତାଙ୍କ ବ୍ୟାଗ୍‌ଟି ହଜି ଯାଇଥିଲା । ସୋମ୍ୟ ଜଣେ ସିଭିଲ୍‌ ଇଞ୍ଜିନିୟର୍‌ ହୋଇଥିବା ଜଣାପଡ଼ିଛି ।

ପୋଲିସ୍‌ ଏନେଇ ତାଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗେ ସଂପର୍କ କରିଥିଲା । ତବେ ୧୧ ତାରିଖ ସକାଳ ସମୟରେ ସୋମ୍ୟଙ୍କ ସାଙ୍ଗ ବିଶ୍ୱ ରଞ୍ଜନ ପ୍ରଧାନ ଥାନାରେ ପହଞ୍ଚି ବ୍ୟାଗ୍‌ଟିକୁ ଗ୍ରହଣ କରିଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.