ରାଉରକେଲାରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

Published By : Prameya-News7 Bureau | June 05, 2019 IST

ରାଉରକେଲା ୫|୬: ରାଉରକେଲାରୁ ବ୍ରାଉନ୍‌ସୁଗାର ଜବତ ହୋଇଛି । ବ୍ରାଉନଗୁଗାର ସହ ଜଣଙ୍କୁ ଗିରଫ କରିଛି ରାଉରକେଲା ଆରପିଏଫ  । କୋଲକାତାରୁ ରାଉରକେଲା ଆସୁଥିବା ବେଳେ ଗୀତାଂଜଳି ଏକ୍ସପ୍ରେସରୁ ଗିରଫ କଲା ଆରପିଏଫ  । ଗିରଫ ବ୍ୟକ୍ତି ରାଉରକେଲା ପ୍ଲାଂଟ ସାଇଟ୍ ଥାନା ଅଚଂଳର ବୋଲି ଜଣାପଡିଛି । ଗିରଫ ବ୍ୟକ୍ତିଙ୍କଠାରୁ ସାଢ଼େ ତିନି ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।  ଗିରଫ ବ୍ୟକ୍ତି ପୂର୍ବରୁ ବ୍ରାଉନସୁଗାର ବ୍ୟବସାୟରେ ସାମିଲ ଅଛନ୍ତି ।  ବ୍ରାଉନ ସୁଗାର ବ୍ୟବସାୟୀ ପଛର ବଡ଼ ର୍ୟାକେଟ୍ ଥିବା ସନ୍ଦେହ କରାଯାଉଛି । ଏହି ର୍ୟାକେଟ୍ କଲିକତାରୁ ବ୍ରାଉନସୁଗାର ଆଣି ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଟିଟିଲାଗଡ ଅଚଂଳକୁ ଚାଲାଣ କରୁଛନ୍ତି । ର୍ୟାକେଟକୁ ଧରିବା ପାଇଁ ପୋଲିର ଛାନଭିନ ଚଳାଇଛି ।

{"id":119743}

ଦୁଇ ଦିନ ତଳେ ଅର୍ଥାତ ଗତ ୩ତାରିଖରେ  କଲିକତାରୁ ରାଉରକେଲା ଗୀତାଜଂଳୀ ଏକ୍ସପ୍ରେସରେ ଗିରଫ ବ୍ୟକ୍ତି ବ୍ରାଉନ ସୁଗର ଆଣୁଥିବାର ଖବର ପାଇଥିଲା ଆରପିଏଫ । ଖବର ପାଇଁ ଝାଡ଼ଖଣ୍ଡର ଚକ୍ରଧରପୁର ଷ୍ଟେସନରୁ  ବ୍ୟକ୍ତିଙ୍କ  ଉପରେ ନଜର ରଖିଥିଲା ଆରପିଏଫ । ରାତି ପ୍ରାୟ ସାଢ଼େ ନଟାରେ ରାଉରକେଲାରେ ଟ୍ରେନ ପହଚିଂଥିଲା ବ୍ୟକ୍ତି ଟ୍ରେନରୁ ଓଲ୍ଲାଇବା ସମୟରେ କାବୁ କରିନେଇଥିଲା ଆରପିଏଫ ।  ଆରପିଏଫ ପାଖରେ ଖବର ଥିଲା ଯେ ଲକ୍ଷାଧିକ ଟଙ୍କାର ଆସୁଛି ବ୍ରାଉନ ସୁଗାର । କିନ୍ତୁ ମିଳିଳା ମାତ୍ର ସାଢ଼େ ତିନି ଗ୍ରାମ ବାଉନ ସୁଗାର । ଆଜି ଆରପିଏଫ ଗିରଫ ଯୁବକକୁ ରାଉରକେଲା ରେଳବାଇ ପୋଲିସକୁର ହସ୍ତାନ୍ତର କରିବ। ହସ୍ତାନ୍ତର କରିବା ପରେ ଗିରଫ ବ୍ୟକ୍ତିକୁ କରାଯିବ କୋର୍ଟ ଚାଲାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.