Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ କ୍ବିଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

26/04/2019 at 2:42 PM

ଆର.ଉଦୟଗିରି ୨୬|୪: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କୁଆଁପଡା ଛକରୁ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ଚୋର ଚାଲାଣରେ ସଂପୃକ୍ତ ସୁଗାଡ ଗାଁର ଲାବନ୍ୟ କରାଡକୁ ପୋଲିସ ଗିରଫ କରିଛି । ଆଜି ସକାଳେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୁଆଁପଡା ଛକରେ ୧୬ ଟି ବସ୍ତାରେ ଗଂଜେଇ ରଖି ଗାଡିକୁ ଅପେକ୍ଷା କରିଥିଲା ଲାବନ୍ୟ । ସେହି ସମୟରେ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଲାବନ୍ୟକୁ ଗିରଫ କରିଛି ପୋଲିସ ।

   Related Posts