Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାକୁ ଅସଦାଚରଣ ଅଭିଯୋଗ, ବାବାକୁ ଗିରଫ କଲା ପୋଲିସ

27/04/2019 at 8:00 AM

ରମ୍ଭା ୨୭|୪: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରେ ପୁଣି ଘଟିଛି ଲଜ୍ଜାଜନକ ଘଟଣା । ୮ ବର୍ଷର ନାବାଳିକାକୁ ମଠର ଜଣେ ବାବା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବାବାକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ରମ୍ଭା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଏକୁଟିଆ ପାଇ ତା ସହ ବାବା ଜଣଙ୍କ ଅସଦାଚରଣ କରିଥିଲେ ବୋଲି ନାବାଳିକାକ ମା କହିଛନ୍ତି । ପରେ ପରିବାରବର୍ଗଙ୍କ ପକ୍ଷରୁ ରମ୍ଭା ଥାନାରେ ଏନେଇ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ସଂପୃକ୍ତ ବାବାକୁ ପୋଲିସ ଗିରଫ କରିଛି । ଉଭୟ ନାବାଳିକା ଓ ବାବାଙ୍କୁ ଡାକ୍ତରୀ ମାଇନା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ବାବାଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ପରିବାରଲୋକ । ଅନ୍ୟପଟେ ଘଟଣାକୁ ଅସ୍ବୀକାର କରିଛନ୍ତି ବାବା ।

   Related Posts