ପେଟ୍ରୋଲ୍ ପମ୍ପ୍‌ରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

Published By : Prameya-News7 Bureau | July 14, 2021 IST

ପାଟଣାଗଡ ୧୪।୭: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର କଲେଜ ଛକ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି ।  

ସୂଚନାଯୋଗ୍ୟ ଯେ, ଲାଠୋରର ଭାରତ ପେଟ୍ରୋଲ ପମ୍ପରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଓ ଗଚ୍ଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ବଲାଙ୍ଗୀର ମୋବାଇଲ ଟିମ୍ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲା । ଚଢାଉ ବେଳେ ୭ ପେଟି ବିଦେଶୀ ମଦ ଜବତ କରିବା ସହ ଲାଠୋର ଗ୍ରାମର ଜଗତରାମ ବାଗ ନାମକ ଜଣେ ଯୁବକକୁ ଗିରଫ କରି ଅଧିକ ତଦନ୍ତ ଜାରିରଖିଛି । କେବଳ କର୍ମଚାରୀକୁ ଅଣାଗଲା । ପମ୍ପ୍ ମାଲିକକୁ କାହିଁକି ଗିରଫ କରାଗଲା ନାହିଁ ବୋଲି ପଚାରିବାରୁ ଚିରା ଚରିତ ଢଙ୍ଗରେ ପମ୍ପ୍ ମାଲିକକୁ ତଦନ୍ତ ପରିସରକୁ ଅଣାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଏବେ ପମ୍ପ୍ ମାଲିକକୁ କେବେ ତଦନ୍ତ ପରିସରକୁ ଅଣାଯିବ ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.