Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ, ୪ କେଜିରୁ ଉର୍ଦ୍ଧ୍ଵ ରୁପା ଜବତ, ଜଣେ ଗିରଫ

29/10/2021 at 7:08 PM

ଗଞ୍ଜାମ ୨୯।୧୦: ପାଟପୁର ଥାନା ପ୍ରତାପଗିରି ଗାଁ ଦାଣ୍ଡରୁ ରୁପା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କଲା ପାଟପୁର ପୋଲିସ। ସିସିଟିଭି ଆଧାରରେ ଚୋରକୁ କାବୁ କରିବା ସହ ୪ କେଜି ରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ପୋଲିସ ଜବତ କରିଛି। ଜବତ ରୁପାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା।

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ରାଧାଦେଇପୁର ଗାଁର ମୁରଲୀ ସାହୁ ପ୍ରତାପଗିରି ଗାଁରେ ଘର ଘର ବୁଲି ରୁପା ବିକ୍ରି କରୁଥିବା ବେଳେ ଦୁଇ ଜଣ ଚୋର ବାଇକରେ ଆସି ରୁପା ପେଢିଟିକୁ ଚୋରି କରି ନେଇ ଯାଇଥିଲେ। ମୁରଲୀ ଏନେଇ ପାଟପୁର ଥାନାରେ ଅଭିଯୋଗ ପରେ ପାଟପୁର ଥାନା  ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଯାହାକୁ ସୁପରଭିଜନ କରୁଥିଲେ ଆସିକା ଏସଡିପିଓ ଉମା ସଙ୍କର ସିଂହ।

ସିସିଟିଭି ଆଧାରରେ ତଦନ୍ତ କରୁଥିବା ବେଳେ ଆସିକା କାଳଷଣ୍ଢପୁରର ଡି ଶ୍ରୀନିବାସକୁ ଗିରଫ କରିଥିଲେ। ଏଥି ସହ ଚୋରି ସାମଗ୍ରୀ ପ୍ରାୟ ୪ କେଜି ରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଜବତ କରିଛନ୍ତି। ଯାହାର  ଆନୁମାନିକ ମୂଲ୍ୟ ତିନି ଲକ୍ଷ। ଚୋରିରେ ବ୍ୟବହୃତ ବାଇକ ଜବତ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ପିକେ ଦଳାଇ।

   Related Posts