ଚୋରା ଚାଲାଣ ବେଳେ ୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଟକ

Published By : Prameya-News7 Bureau | February 09, 2020 IST

ଲମତାପୁଟ ୯।୨: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ମିଳିତ ଭାବେ ଗାଡି ଯାଞ୍ଚ ସମୟରେ ପ୍ରାୟ ଏକ କ୍ବିଣ୍ଟାଲ ୨୦କେ.ଜି. ଗଞ୍ଜେଇ ସହ କାର ଜବତ କରି ଜଣକୁ ଅଟକ ରଖିଛି ପୋଲିସ । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।  

{"id":222145,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରତ୍ୟକ ରବିବାର ଦିନ ମାଛକୁଣ୍ଡ ଡୁଡୁମା ଜଳପ୍ରପାତକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।  ସୁରକ୍ଷା ଦୃଷ୍ଟି କୋଣୋରୁ, ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ ଗାଡିଗୁଡିକ ଯାଞ୍ଚ କରିଥାନ୍ତି ।  ପୋଲିସ ଆଜି ମଧ୍ୟ ସକାଳୁ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଇଣ୍ଡିଗୋ କାରକୁ ଅଟକାଇଥିଲା । କିନ୍ତୁ ଦ୍ରୁତ ଗତିରେ ଆସୁଥିବା କାର ଅଟକିନଥିଲା।  ପୋଲିସ ଗାଡିକୁ ପିଛା କରି  ମାଳିସାହି ପେଟ୍ରୋଲ ଟାଙ୍କି  ନିକଟରେ ଗାଡିକୁ ଅଟକାଇବାରେ ସକ୍ଷମ ହୋଇଥିଲା। ଗାଡି ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଗାଡି ଚାଳକକୁ ଅଟକ ରଖିଛି ପୋଲିସ ।

{"id":222143,"sizeSlug":"large"}

ଏହି ଗଞ୍ଜେଇ ବାଙ୍ଗୁରପଡା ଗ୍ରାମରୁ ରାଉରକେଲାକୁ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି । ଅଟକ ବ୍ୟକ୍ତି  ରାଉରକେଲା ଭବାନୀପୁର ଏମ.ଡି. ଅଲ୍ଲୀ  ହୁସେନ ଖାନ ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁଯାଇ ଏହି ଗଞ୍ଜେଇ ଚୋରା ଚାଲାଣରେ ସ୍ଥାନୀୟ ଯୁବକଙ୍କ ହାତ ରହିଛି । ଅଟକ ଯୁବକକୁ ପୋଲିସ ପଚାରଉଚାର ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.