ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | May 05, 2020 IST

ଖୋର୍ଦ୍ଧା ୫।୫: ଗ୍ରାମାଞ୍ଚଳରେ ବଢି ବଢି ଚାଲିଛି ଗଞ୍ଜେଇ କାରାବାର । ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଓ ଏକ କାରକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଅସରଳାରୁ ବିଭିନ୍ନ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୂର୍ବରୁ ଅବକାରୀ ବିଭାଗକୁ ଖବର ମିଳିଥିଲା । ତେବେ ଆଜି ଅସରଳା ଗ୍ରାମରେ ଚଢାଉ କରି ୭୫ କେଜି ଗଞ୍ଜେଇ ନଗଦ ୨ ଲକ୍ଷ ୬ ହଜାର ଟଙ୍କା ଓ ଏକ କାର୍ ଜବତ କରିଛି ଖୋର୍ଦ୍ଧା ଅବକାରୀ  ବିଭାଗର ଏକ ଟିମ୍ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.