ଜଳେଶ୍ବରରୁ ପୁଣି ଜବତ ହେଲା ଧଳା ଜହର : ଜଣେ ଯୁବକ ଗିରଫ, ୨୫୦ଗ୍ରାମ୍ ବ୍ରାଉନସୁଗାର ଜବତ
7/03/2020 at 12:10 PM

ଜଳେଶ୍ବର ୭।୩: ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର । ୨୫୦ ଗ୍ରାମର ବ୍ରାଉନସୁଗାର ସହ ଜଣେ ଯୁବକକୁ ଗିରଫ କରିଛି ଜଳେଶ୍ବର ପୋଲିସ । ତେବେ ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହରର ୧ ନମ୍ବର ଓ୍ବାର୍ଡ ଝାଡେଶ୍ବରପୁର ବସ୍ତି ନିକଟରେ ଶନିବାର ଭୋର ୫ଟା ସମୟରେ ଆଇଆଇସି ଧନେଶ୍ବର ସାହୁଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଚଢାଉ କରିଥିଲା । ଚାଲିଚାଲି ଯାଉଥିବା ଜଣେ ଯୁବକଙ୍କୁଠାରୁ ୨୫୦ଗ୍ରାମ ବ୍ରାଉନସୁଗାର ଜବତ କରି ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାର ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ଜଣଙ୍କ ଝାଡେଶ୍ବରପୁର ଅଞ୍ଚଳର ଜହିରୁଦ୍ଦିନ ଓରଫ କାଲା ।