ମୃତ ବ୍ୟକ୍ତିଙ୍କ ନାଁରେ LIC ପଲିସି ! ୧ କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

Published By : Prameya-News7 Bureau | October 07, 2021 IST

ଭୁବନେଶ୍ବର ୭।୧୦: ମୃତ ବ୍ୟକ୍ତିଙ୍କ ନାଁରେ LIC ପଲିସି କରି ୧ କୋଟି ୮୦ ଲକ୍ଷ ଟଙ୍କାର ଠକେଇ । ଠକେଇ ଅଭିଯୋଗରେ କଣାସ ବ୍ଲକ୍ ଝାଡକଟାର କବିରାଜ ବେହେରାଙ୍କୁ ଗିରଫ କରାଯାଇଛି । କବିରାଜକୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି ।

ମୃତ ବ୍ୟକ୍ତିଙ୍କ ନାଁରେ ପଲିସି କରି ପରବର୍ତ୍ତୀ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ଦର୍ଶାଇ LICରୁ କବିରାଜ ବେହେରା ଟଙ୍କା ଠକୁଥିଲେ । ୨୦୦୫ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ପିଲିସି କରି ଟଙ୍କା ଠକିଥିଲେ କବିରାଜ । ୨୦୦୩ ମସିହାରେ କବିରାଜ ଖୋର୍ଦ୍ଧାରେ LICରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.