Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କର ବୋଲି ଫଟୋ ଓ ଭିଡିଓ ଭାଇରାଲ ଘଟଣା : ମାଷ୍ଟରମାଇଣ୍ଡ୍ ଗିରଫ !

10/04/2019 at 9:13 AM

ଘଟଗାଁ ୧୦|୪ : ଚନ୍ଦ୍ରାଣୀ ମୁର୍ମୁଙ୍କୁ ଅଚାନକ ବିଜେଡି କେନ୍ଦୁଝର ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିବା ପରଠୁ ଏକ ସେକ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓକୁ ଚନ୍ଦ୍ରାଣୀ ମୁର୍ମୁ ତାଙ୍କର ନୁହେଁ ବୋଲି ଗଣମାଧ୍ୟମକୁ କହିବା ସହ ପୋଲିସର ସହାୟତା ମଧ୍ୟ ନେଇଥିଲେ ।

ଗତକାଲି ରାତିରେ କେନ୍ଦୁଝର ପୋଲିସର ସ୍ପେଶାଲ ସ୍କ୍ବାର୍ଡ୍ ଏହି ଭିଡିଓ ଭାଇରାଲ କରିଥିବା ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ୍ ରୁ ଗିରଫ କରିଥିବା ଜଣାପଡିଛି । ଗିରଫଦାରୀ ସଂପର୍କରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଉନଥିବାବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ବ୍ୟାପକ ପଚରାଉଚରା କରୁଥିବା ଭିତିରିଆ ସୂତ୍ରରୁ ଜଣାପଡିଛି । ଏହି ବ୍ୟକ୍ତି ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ଆଇଟି ସେଲ୍ ସହିତ ସଂପୃକ୍ତ ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଲୋକସଭା ସାଂସଦ ସକୁନ୍ତଳା ଲାଗୁରୀଙ୍କ ଟିକେଟ୍ କାଟି ସେଠାରେ ବିଜେଡି ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା କରିବା ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରାଣୀ ନବୀନ ନିବାସଠାରେ ବିଜେଡିରେ ଯୋଗଦେଇଥିଲେ । ଚନ୍ଦ୍ରାଣୀ କିଏ ଏବଂ ସେ କେମିତି ଟିକେଟ୍ ପାଇଲେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚମ୍ପୁଆର ସ୍ବାଧୀନ ବିଧାୟକ ତଥା ବହୁ ଚର୍ଚ୍ଚିତ ସନା ମହାକୁଡଙ୍କ ପରାମର୍ଶରେ ଚନ୍ଦ୍ରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡିଥିଲା ।

ବିଜେଡି ଓ ସନା ମହାକୁଡଙ୍କ ମଧ୍ୟରେ ହୋଇଥିବା ଡିଲ୍ ଅନୁସାରେ ଚନ୍ଦ୍ରାଣୀ ମୁର୍ମୁ କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ସତ୍ତ୍ବେ କେନ୍ଦୁଝରରୁ ପ୍ରାର୍ଥୀ ହୋଇଥିଲେ । ସେହିଭଳି ଚମ୍ପୁଆ ବିଧାନସଭା ଆସନରୁ ସନା ମହାକୁଡଙ୍କ ପରାମର୍ଶରେ ମିନାକ୍ଷୀ ମହାନ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ପ୍ରାର୍ଥୀ ପତ୍ର ଦାଖଲ କରିବା ବେଳଠୁ ହିଁ ଚନ୍ଦ୍ରାଣୀ ମୁର୍ମୁ ବିବାଦରେ ଫସିଥିଲେ ।

   Related Posts