Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋରୁ ଚମଡା ଚାଲାଣ ବେଳେ ଧରିଲେ ଲୋକ, ଜଣେ ଅଟକ

1/09/2020 at 5:55 PM

ବାସୁଦେବପୁର ୧।୯: ଗୋରୁ ଚମଡା ଚୋରା ଚାଲାଣ ବେଳେ ବ୍ୟବସାୟୀକୁ ଧରି ଥାନାରେ ଜିମା ଦେଲେ ଲୋକେ । ଘଟଣାଟି ଘଟିଛି ବାସୁଦେବପୁର ପୌରପାଳିକା ମାତାଜି ମଠ ନିକଟରେ । ଦିନକୁ ଦିନ ବାସୁଦେବପୁରରେ ଚୋରା ଗୋରୁ ଚାଲାଣ ଓ ଗୋରୁ ଚମଡା ଚାଲାଣ ବଢ଼ିବାରେ ଲାଗିଛି ।

ମଙ୍ଗଳବାର ସକାଳେ ଜଣେ ବ୍ୟବସାୟୀ ନିଜ ସାଇକେଲରେ ବାଲେଶ୍ବର ଜିଲ୍ଲା ବରୀ ଅଞ୍ଚଳରୁ ଗୋରୁ ଚମଡା ଆଣି ବାସୁଦେବପୁର ପୌରପାଳିକା ସାବରପୁର ଅଂଚଳର ଜଣେ ବ୍ୟବସାୟୀଙ୍କୁ ଦେବା ପାଇଁ ଯାଉଥିବା ସମୟରେ ସ୍ଥାନୀୟ ଲୋକ ଖବର ପାଇ ବ୍ୟବସାୟୀଙ୍କୁ ଅଟକାଇଥିଲେ । ପରେ ବ୍ୟାଗ୍ ଭିତରେ ଗୋରୁ ଚମଡା ଥିବା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।

ପରେ ପୋଲିସ ପହଂଚି ସମ୍ପୃକ୍ତ ବେପାରୀଙ୍କୁ ଥାନାକୁ ଆଣିବା ସହିତ ସାଇକେଲ ସହିତ ଗୋରୁ ଚମଡ଼ାକୁ ଜବତ କରିଛି । ସମ୍ପୃକ୍ତ ବ୍ୟବସାୟୀ ହେଲେ ବାଲେଶ୍ବର ଜିଲ୍ଲା ବରୀ ଅଂଚଳର କରିମ ଖାଁ । ଦୀର୍ଘ ବର୍ଷ ଧରି ସେ ଏହି ଚମଡ଼ାକୁ ବରୀରୁ ଆଣି ସାବରପୁରରେ ଜଣେ ବ୍ୟବସାୟକୁ ଦେଉଥିବା କହିଛନ୍ତି ।                                                

   Related Posts