ହ୍ବାଟସଆପ୍ରେ କରୋନା ସଂକ୍ରମିତ ନେଇ ଗୁଜବ ଭାଇରାଲ୍ କରି ସମ୍ବଲପୁରର ଜଣେ ଯୁବକ ଗିରଫ
18/03/2020 at 1:55 PM

ସମ୍ବଲପୁର ୧୮।୩: କରୋନା ସଂକ୍ରମଣ ସମ୍ପର୍କିତ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ଭୁବନେଶ୍ବରରେ କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସି ସମ୍ବଲପୁର ଅଞ୍ଚଳରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମିଛ ଖବର ହ୍ୱାଟସ୍ଆପ୍ରେ ପ୍ରଚାର କରିଥିଲେ ।
ଖବର ପ୍ରଚାରିତ ହେବା ପରେ ପୁରା ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏନେଇ ପୋଲିସ ଖବର ପାଇବା ପରେ ଯୁବକଙ୍କୁ ଗିରଫ କରିଛି । ତାଙ୍କୁ ଆଇପିସି ଧାରା ୧୮୮, ୫୦୦, ୫୦୪ ଏବଂ ସେକସନ ୫୪ ପ୍ରାକୃତିକ ବିପର୍ଯ୍ୟୟ ଆକ୍ଟ ୨୦୦୫ ନିୟମ ଅନୁସାରେ ଗିରଫ କରାଯାଇଛି ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021