Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ଆକ୍ରାନ୍ତ ଖବର ସୋସିଆଲ ମିଡିଆରେ ଭାଇରାଲ୍ କରି ଜଣେ ଗିରଫ

15/03/2020 at 9:13 AM

କଳାହାଣ୍ଡି ।୩: କରୋନାକୁ ନେଇ ଏବେ ସାରା ବିଶ୍ବ ଥରହର । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି । ରାଜ୍ୟ ସରକାର ମଧ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପମାନ ନେଉଛନ୍ତି ।

ଏମିତିରେ ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତ ଖବର ଭାଇରାଲ କରି କଳାହାଣ୍ଡିରେ ଜଣେ ଗିରଫ । ସୋସିଆଲ ମିଡିଆରେ ଆକ୍ରାନ୍ତ ଖବର ଭାଇରାଲ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବେଙ୍ଗାଲୁରୁ ଫେରନ୍ତା ଜଣେ ଯୁବକ କରୋନା ଆକ୍ରାନ୍ତ ନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ଗିରଫ ବ୍ୟକ୍ତି ହେଲେ ଡୁଡକେଲ ଗାଁର ଜଣେ ଶିକ୍ଷକ ବିନ୍ଦୁ ମହାନନ୍ଦ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଂଗାଧର ଏହି ସୂଚନା ଦେଇଛନ୍ତି ।

   Related Posts