Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରେଳବାଇର ଟେଲିକମ୍ କେବୁଲ ଚୋରି ଘଟଣା : ଜଣେ ଗିରଫ, ୩ ଫେରାର

19/06/2021 at 1:38 PM

ଭଦ୍ରକ ୧୯।୬: ରାତିରେ କାଟି ଚୋରି କରୁଥିଲେ ରେଳ ଲାଇନ୍ ଦେଇ ଯାଉଥିବା ଫୋରକ୍ବାର୍ଡ ଟେଲିକମ୍ କେବୁଲ । ଚୋରି ପରେ ବିକ୍ରି କରୁଥିଲେ ଏହି କେବୁଲକୁ । ଏମିତି ଏକ ଗ୍ୟାଙ୍ଗ ଉପରେ ରେଲୱେ ପୋଲିସ ଚଢ଼ାଉ କରି ବହୁ ମୂଲ୍ୟର ବିପୁଳ ପରିମାଣର କେବୁଲ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅନ୍ୟ ୩ ଜଣ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାତିରେ ବାଉଦପୁର ଓ କେନ୍ଦୁଆପଦା ଷ୍ଟେସନ ମଧ୍ୟରେ ଥିବା କପାଳି ରୋଡ୍ ଷ୍ଟେସନ ନିକଟ ଡାଉନ ଲାଇନରୁ ଟେଲିକମ୍ କେବୁଲ ଚୋରୀ କରି ନେଇଥିଲେ । ଚୋରି ହୋଇଥିବା କେବୁଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । କେବୁଲ ଚୋରି ନେଇ ଭଦ୍ରକ ରେଲୱେ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ପରେ ରେଲୱେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କଳାହାଣ୍ଡିଆ ଅଞ୍ଚଳରୁ ରଜତ କୁମାର ମଲ୍ଲିକ ନାମକ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ । ତେବେ ଫେରାର ୩ତିନି ଜଣ ଅଭିଯୁକ୍ତଙ୍କୁ ରେଲୱେ ପୋଲିସ ଟ୍ରାକ୍ କରୁଛି ଓ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି ।

   Related Posts