ମୋବାଇଲରେ ନିଜର ନଗ୍ନ ଫଟୋ ସେୟାର କରି ଜଣେ ଗିରଫ, ମହିଳାଙ୍କ ସମେତ ୨ ଶହ ଲୋକଙ୍କୁ ପଠାଇଥିଲା ଆପତ୍ତିଜନକ ଫଟୋ

Published By : Prameya-News7 Bureau | November 07, 2020 IST

କର୍ଣ୍ଣାଟକ ୦୭/୧୧ : ମୋବାଇଲରେ ନଗ୍ନ ଫଟୋ ସେୟାର କରି ଜଣେ ଗିରଫ । କର୍ଣ୍ଣାଟକ ଚିତ୍ରଦୁର୍ଗା ଅଞ୍ଚଳର ଜଣେ ବ୍ୟକ୍ତି ନିୟମିତ ନିଜର ନଗ୍ନ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସୂଚନା ଅନୂଯାୟୀ,  ଚିତ୍ରଦୁର୍ଗା ଚଲ୍ଲାକେରେ ଅଞ୍ଚଳର ଓ. ରାମକୃଷ୍ଣ ଗତ ୬ ମାସ ହେବ ନିୟମିତ ଭାବେ ନିଜର ନଗ୍ନ ଫଟୋ ଉଠାଇ ପ୍ରାୟ ୨ ଶହ ଲୋକଙ୍କୁ ସେୟାର କରିଥିଲା । କେବଳ ପୁରୁଷ ନୁହେଁ ପ୍ରାୟ ୧୨୦ ଜଣ ମହିଳାଙ୍କ ପାଖକୁ ମଧ୍ୟ ସଂପୃକ୍ତ ବ୍ୟକ୍ତି ନିଜର ନଗ୍ନ ଫଟୋ ପଠାଇଥିବା ଅଭିଯୋଗ ହୋଇଛି ।

 ତେବେ ଗତ ସପ୍ତାହ ହେବ ଚଲ୍ଲାକେରେ ଅଞ୍ଚଳର କିଛି ବ୍ୟକ୍ତିକୁ ଅଜଣା ନମ୍ବରରୁ ନଗ୍ନ ଫଟୋ ଆସିଥିଲା ତେବେ ସେମାନେ ଅତିଷ୍ଟ ହୋଇ ଏବାବଦରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ବାବଦରେ ଛାନଭିନ୍ କରିବା ପରେ ସେହି ମୋବାଇଲ ନମ୍ବର ରାମକୃଷ୍ଣର ବୋଲି ଜାଣିବାକୁ ପାଇଥିଲା । ତେବେ ପୋଲିସ ଖୋଜୁଥିବା ଜାଣିବା ପରେ ରସିକିଆ ରାମକୃଷ୍ଣ ମୋବାଇଲ କିଛି ସମୟ ପାଇଁ ସୁଇଚ୍ ଅଫ କରିଦେଇଥିଲା । କିଛି ସମୟ ପରେ ପୋଲିସ ରାମକୃଷ୍ଣର ମୋବାଇଲ ଟ୍ରାକ କରି ସେ ରହୁଥିବା ଘରୁ କାବୁ କରିଥିଲା ।

ତେବେ ସେ ନମ୍ବର ପାଉଥିଲା କିପରି , ଏ ପ୍ରଶ୍ନ ମନରେ ଆସିବା ସ୍ବାଭାବିକ !

ପ୍ରଥମେ ସେ ମନଇଚ୍ଛା ନମ୍ବର ଡାଏଲ କରୁଥିଲା, ଯେଉଁ ନମ୍ବର ରିଙ୍ଗ ହେଇଥିଲା ସେହି ନମ୍ବରକୁ ନଗ୍ନ ଫଟୋ ପଠାଉଥିଲା ସଂପୃକ୍ତ ଅଭିଯୁକ୍ତି । ଚଲ୍ଲାକେରେ ଅଞ୍ଚଳର ପ୍ରାୟ ୫୦ ଜଣ ମହିଳାଙ୍କୁ ନଗ୍ନ ଫଟୋ ପଠାଇ ସେମାନଙ୍କର ନଗ୍ନ ଫଟୋ ମାଗୁଥିଲା ଅଭିଯୁକ୍ତ ଜଣକ । ତେବେ ସେମାନେ ଏ ବାବଦରେ ଥାନାରେ ଅଭିଯୋଗ ଦାଖଲ କରିଥିବା ସୂଚନା ଦେଇଛି ପୋଲିସ । ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଇନ ବଳରେ ଅଭିଯୁକ୍ତ ରାମକୃଷ୍ଣକୁ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.