ନାବାଳିକାଙ୍କୁ ଏବେ ଦୁଷ୍କର୍ମ କଲା ୫୦ ବର୍ଷର ପ୍ରୌଢ : ଅଚେତ ଅବସ୍ଥାରେ ଉଦ୍ଧାର ପିଡୀତା ଗୁରୁତର, ଅଭିଯୁକ୍ତ ଅଟକ

Published By : Prameya-News7 Bureau | August 16, 2019 IST

ଯାଜପୁର ୧୬|୮: ସ୍ଵାଧୀନତା ଦିବସରେ ମଧ୍ୟ କୋମଳମତି ଶିଶୁ  ସୁରକ୍ଷିତ ନୁହଁ । ସ୍ବାଧୀନତା ଦିବସରେ ଏଭଳି ଏକ ଲେମହର୍ଷଣକାରୀ ଘଟଣା ଘଟିଛି ବରୀ ଥାନା ଅନ୍ତର୍ଗତ ଅଲୀଆବାଦ ଗ୍ରାମରେ । ୯ ବର୍ଷର ନାବାଳିକାକୁ ଧର୍ଷଣ କରିଛି ୫୦ରୁ ଉର୍ଦ୍ଧ୍ବ ବର୍ଷର ଜଣେ ପ୍ରୌଢ। ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାଙ୍କ ପରିବାର ଲୋକେ ।

ଅଭିଯୋଗ ଅନୁଯାୟୀ ଗତକାଲି ସଂଧ୍ୟାରେ ୯ ବର୍ଷର ନାବାଳିକାକୁ ଚକଲେଟ୍ ଦେବା ଆଳଦେଖାଇ ତାର ନିଜ ଘରକୁ ଡାକି ଦୁଷ୍କର୍ମ କରିଥିଲା ଜଣେ ପ୍ରୌଢ । ପୀଡ଼ିତାଙ୍କ ମା ଝିଅକୁ ଚାରିଆଡେ ଖୋଜା ଖୋଜି କରି ଶେଷରେ ଆସାମୀର ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଏବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପୀଡିତାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.