କୃଷ୍ଣସାର ମୃଗକୁ ଶିକାର କରିବା ଅଭିଯୋଗରେ ଜଣେ ଗିରଫ, ୩ କିଲୋ ମାଂସ ଜବତ

Published By : Prameya-News7 Bureau | September 02, 2019 IST

ସାନଖେମୁଣ୍ଡି ୨୯: କୃଷ୍ଣସାର ମୃଗଙ୍କୁ ନେଇ ସାରା ଗଂଜାମ ଜିଲ୍ଲା ଗର୍ବିତ ।  ଜିଲ୍ଲାର ବିଭିନ୍ନ ଅଂଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନ ଉଠୁଛି । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଶିକାରୀ କବଳରେ ପଡୁଛନ୍ତି ଏହି ବିରଳ ପ୍ରାଣୀ ।

{"id":152032}

ତେବେ କୃଷ୍ଣସାର ମୃଗକୁ ଶିକାର କରିବା ଅଭିଯୋଗରେ ଜଗନ୍ନାଥପ୍ରସାଦ ବନ ବିଭାଗ ହରିଡାପଦର ଗାଁର ପ୍ରକାଶ ନାୟକକୁ ଗିରଫ କରିଛି । ତାଠାରୁ କୃଷ୍ଣସାର ମୃଗର ୩ କିଲୋ ମାଂସ ସହ ଗୋଡକୁ ମଧ୍ୟ ଜବତ କରିଛି ବନ ବିଭାଗ । ତେବେ ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

{"id":152033}

ତା ନିକଟରୁ ଗୋଟିଏ ସାଇକେଲ ସହ ଗୋଟିଏ ଛୁରୀକୁ ମଧ୍ୟ ଜବତ କରିଛନ୍ତି ବନ ବିଭାଗ ଅଧିକାରୀ ।  ତେବେ ଏହି ଘଟଣା ପରେ କୃଷ୍ଣସାର ମୃଗ ଏବେ ବି ଲୁଚାଛପାରେ ଶିକାର ଚାଲିଥିବା ସୂଚନା ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.